spot_img

Latest Posts

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ପୋଲିସ ମାଡ଼ରେ ନାବାଳକ ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଜଣେ ନାବାଳକ ପୁଲିସ ମାଡ଼ରେ ଗୁରୁତର ହୋଇଛି । ତାଙ୍କୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ଟିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ  ସିଟି ସ୍କାନ କରାଯିବା ପରେ ସେ ଗୁରୁତର ଥିବା ଜଣାଯାଇଥିଲା। ପରେ ତାଙ୍କୁ ଆଡମିଶନ କରାଯାଇ ଚିକିତ୍ସା କରାଯାଉଛି। ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳର  ଅଚ୍ୟୁତାନନ୍ଦ ବିଶ୍ୱାଳ, ପତ୍ନୀ ଓ  ଦଶମ ଶ୍ରେଣୀରେ ପଢୁଥିବା ପୁଅ ସ୍ବୟଂଶୁଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ । ବାହାର କାଠ ନିକଟରେ ସେମାନେ ଦର୍ଶନ କରୁଥିବା ବେଳେ ଗହଳି ଭିତରେ ଜଣେ ପୋଲିସ ପୋଷାକଧାରୀ  ତାଙ୍କ ପୁଅକୁ ବାଡେଇଥିଲେ। ଏହାର ପ୍ରତିବାଦ କରିବାରୁ ପୁଲିସ ଜଣକ ଆଉ ଥରେ ତାଙ୍କ କାନମୁଣ୍ଡାକୁ ମାଡ଼ ମାରିଥିଲେ । ସେଥିରେ ନାବାଳକ ଜଣକ ସଂଜ୍ଞାହୀନ ହୋଇ ପଡ଼ିବା ପରେ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ନିଆଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Latest Posts

Don't Miss