spot_img

Latest Posts

ଆସନ୍ତା କାଲି ମାଘ ସପ୍ତମୀ: କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇବେ ହଜାର ହଜାର ଶ୍ରଦ୍ଧାଳୁ

ଆସନ୍ତା କାଲି ମାଘ ସପ୍ତମୀ। ଏନେଇ କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇବେ ହଜାର ହଜାର ଶ୍ରଦ୍ଧାଳୁ। ଚଳିତ ବର୍ଷ ଏହି ବୁଡକୁ ଶୃଙ୍ଖଳିତ କରିବା
ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ପୁରୀ ଏସ୍ପି ପ୍ରତୀକ ସିଂ ଚନ୍ଦ୍ରଭାଗା ତୀର୍ଥ ନିକଟରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି । ଦିନ 12ଟାରୁ ଆସନ୍ତା କାଲି 11 ଟା ପର୍ଯ୍ୟନ୍ତ କୋଣାର୍କ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ରହିବେ । ଚଳିତ ବର୍ଷ ପୁରୀ ଏସପିଙ୍କ ଉପସ୍ଥିତିରେ ୩୩ ପ୍ଲାଟୁନ ଫୋର୍ସ ସହିତ ୬ ଜଣ ଅତିରିକ୍ତ ଏସପି,୨୦ ଜଣ ଡିଏସପି, ୪୫ ଜଣ ଆଇଆଇସିସି, ୧୪୫ ଜଣ ସବ ଇନିସ୍ପେକ୍ଟର,ହାବିଲଦାର, ୧୨୩ ଜଣ କନେଷ୍ଟବଳ,୧୧୬ ଜଣ ଏଏସଆଇ ଓ ଏସଆଇଙ୍କ ସମେତ ୩୬୪ ଜଣ ହୋମଗାର୍ଡ ନିୟୋଜିତ କରାଯିବା ସହିତ ୩୫୦ ଜଣ ସ୍ବେଛାସେବୀ, ୪୦ ଜଣ ଲାଇଫିଗାର୍ଡ ପ୍ରସାଶନ ପକ୍ଷରୁ ନିୟୋଜିତ କରାଯାଇଛି।

Latest Posts

Don't Miss