ଓଡ଼ିଶାରେ ମିଳିବ ଦାମୀ ଅର୍କିଡ । ବିନା ମାଟିରେ ଚାଷ ହେବ ବିଭିନ୍ନ ରଙ୍ଗର ଫୁଲ । କୃଷି ମେଳାରେ ପ୍ରଶିକ୍ଷଣ ପାଇଁ ଉତ୍ସାହିତ ଯୁବଚାଷୀ । ଏଥିପାଇଁ ଥାଇଲାଣ୍ଡ, ସିଙ୍ଗାପୁର ଓ ଚାଇନା ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଓଡିଶାରେ ଖୋର୍ଦ୍ଧା, ଢେଙ୍କାନାଳ, ଆଠଗଡ ରେ ଚାଷ ଆରମ୍ଭ ହୋଇଛି ଦାମୀ ଅର୍କିଡ ଚାଷ । ଜଣେ ଚାଷୀ ଏକ ଏକର ଜାଗାରେ ଏହି ଚାଷ କରି ମାସକୁ ୨ ରୁ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଭୁବନେଶ୍ୱର ବରମୁଣ୍ଡା ପଡିଆରେ କୃଷି ମେଳାରେ ଅର୍କିଡ଼ ବାୟୋଟେକ ଷ୍ଟାଲରେ ଏହାକୁ ଦେଖି ଯୁବ ଉଦ୍ୟୋଗୀ ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କେବଳ ଆର୍କିଡ ନୁହେଁ ଜରବେରା, ଗୋଲାପ, ଡିଫଶୋ ଫିଲିଆ, ଅଙ୍କୁରିୟମ ଫୁଲ ମଧ୍ୟ ଚାଷ କରି ଲାଭବାନ ହୋଇ ପାରିବେ ଯୁବ ଉଦ୍ୟୋଗୀ ।
୧୨ ବର୍ଷ ହେଲା ଓଡ଼ିଶାକୁ ଆସିଛି ଅର୍କିଡ । ଏହି ଫୁଲ ଗଛ ପ୍ରାୟ ୧୦ ବର୍ଷ ଯାଏ ବଞ୍ଚି ରହିଥାଏ l ଥାଇଲାଣ୍ଡ ଓ ଚାଇନାରୁ ଆସିଛି ଏହାର ଚାରା l ଜଣେ ଯୁବ ଉଦ୍ୟୋଗୀ ୧୦ ଟଙ୍କା ଖର୍ଚ୍ଚ କରି ଏହାଦ୍ବାରା ରୋଜଗାରକ୍ଷମ ହୋଇ ପାରିବେ । ଗୋଟିଏ ଏକରରେ ଚାଷ କଲେ ୯୦ ଲକ୍ଷରୁ ଏକ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ । ଚାଷ ପାଇଁ କୌଣସି ମାଟିର ଆବଶ୍ୟକତା ନାହିଁ । କେବଳ ନଡ଼ିଆ କତା, npk 999 ସହ ପାଣି ସ୍ପ୍ରେ କରି ଏହି ଫୁଲଚାଷ କରିହେବ । ଓଡିଶାର ସବୁ ଅଂଚଳ ପାଇଁ ଏହି ଫୁଲ ହୋଇପାରିବ l ଲୋକମାନେ ନିଜ ଘରେ ମଧ୍ୟ ଏହି ଫୁଲ ଚାଷ କରିପାରିବେ ବୋଲି କହିଛନ୍ତି ଫୁଲ ଚାଷୀ ତଥା ଧରିତ୍ରୀ ଉଦ୍ୟାନର ମୁଖ୍ୟ। ଭୁବନେଶ୍ୱର କୃଷି ମେଳାରେ ଆର୍କିଡ଼ ବାଇଓଟେକ ଷ୍ଟାଲରେ ଏହାକୁ ଦେଖିବା ପରେ ଓଡିଶାରେ ଏହି ଫୁଲ ଚାଷ ପାଇଁ ଏବେ ଯୁବ ଉଦ୍ୟୋଗୀଙ୍କ ମଧ୍ୟରେ ଉତ୍ସାହ ବଢିଛି।

