spot_img

Latest Posts

ଆଜିଠାରୁ ଆରମ୍ଭ ହେବ ଖଣ୍ଡଗିରି ମାଘ ମେଳା

ଆଜିଠାରୁ ଆରମ୍ଭ ହେବ ଖଣ୍ଡଗିରି ମାଘ ମେଳା

ନନ୍ଦିଘୋଷ ବ୍ୟୁରୋ: ମାଘ ସପ୍ତମୀ ତଥା ଆଜିଠୁ ଭୁବନେଶ୍ଵର ଖଣ୍ଡଗିରିରେ ଆରମ୍ଭ ହେଉଛି ମାଘ ମେଳା । ହୋମ ଯଜ୍ଞ ମନ୍ତ୍ର ଧ୍ଵନିରେ କମ୍ପିବ ଖଣ୍ଡଗିରି ଗୁମ୍ଫା । ଏହାସହ ଲାଗିବ ସାଧୁ ସନ୍ଥଙ୍କ ଭିଡ଼ । ନାଗା ବାବା ବି ଆସିଛନ୍ତି । ଯଜ୍ଞ ପାଇଁ ସବୁ ପ୍ରସ୍ତୁତି ସରିଲାଣି । ମେଳା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ମେଳାରେ ବୁଲା ବିକାଳୀଙ୍କୁ ବାରଣ କରାଯାଇଛି । ସେପରି ଖଣ୍ଡଗିରି ଯାତ୍ରା ପ୍ରତିଯୋଗିତା ହେବ । ଯାତ୍ରାରେ କୌଣସି ପ୍ରକାରର ଅଶ୍ଲୀଳତା ହେବ ନାହିଁ । ୭ଟି ଯାତ୍ରା ପେଣ୍ଡାଲ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ପୂର୍ବ ବର୍ଷ ଅପେକ୍ଷା ଅଧିକ ୧୦୦ଟି ସିସିଟିଭି ଲାଗିବ । ଭିଡ଼ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଓ ବିଏମସି ଏନଫୋର୍ସମେଣ୍ଟ ମୁତୟନ ରହିବେ । ଟ୍ରାଫିକ ପୋଲିସକୁ ସହାୟତା କରିବା ପାଇଁ ୧୦୦ରୁ ଅଧିକ ଟ୍ରାଫିକ ଓ୍ୱାର୍ଡେନ ବା ପୂର୍ବତନ ସେନା ଅଧିକାରୀଙ୍କୁ ମୁତୟନ କରାଯାଇଛି । ଯାନବାହନ ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ସମାଗମକୁ ଧ୍ୟାନରେ ରଖି ସ୍ଵଚ୍ଛତାକୁ ଧ୍ୟାନ ଦିଆଯାଇଛି । ଏହାସହ ଅଗ୍ନିଶମ, ପୋଲିସ, ବିଏମସି, ମେଡିକାଲ ଓ ପୋଲିସ କଣ୍ଟ୍ରୋଲ ରୁମ୍, ପାନୀୟ ଜଳ, ଆଲୋକ ଓ ଅନ୍ୟାନ ବ୍ୟବସ୍ଥା କରାଯାଇଛି । ମେଳାକୁ ଆସୁଥିବା ସାଧୁ ସନ୍ଥଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

Latest Posts

Don't Miss