spot_img

Latest Posts

ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଢିଲା: ଜଗା ଦର୍ଶନ ପାଇଁ ଆସି ମାଡି ଖାଇଲେ ମାଆପୁଅ

ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଢିଲା: ଜଗା ଦର୍ଶନ ପାଇଁ ଆସି ମାଡି ଖାଇଲେ ମାଆପୁଅ

ନନ୍ଦିଘୋଷ ବ୍ୟୁରୋ: ପୁଣି ଶ୍ରୀମନ୍ଦିରରେ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସି ମାଡ଼ ଖାଇଲେ ମାଆପୁଅ । ମହିଳାଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ତାଙ୍କ ପୁଅର ଆଙ୍ଗୁଠି ଭାଙ୍ଗିଛି । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡିରେ ଛିଡ଼ା ହୋଇଥିବା ବେଳେ ମାଆପୁଅଙ୍କୁ କିଛି ଭକ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ପ୍ରଶ୍ନ ଉଠୁଛି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଧାଡିରେ ଯାଉଥିବା ବେଳେ ସେଠାରେ ସୁରକ୍ଷା କର୍ମୀ ନିଶ୍ଚିତ ମୁତୟନ ହୋଇଥିଲେ । ଆଉ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଏତେ ବଡ଼ ଘଟଣା କେମିତି ଘଟିଗଲା ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଶ୍ରୀମନ୍ଦିର ଭିତରେ ଦୁଇଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେବା ପରେ ହାତାହାତୀ ପରିସ୍ଥିତି ଉପୁଜିଛି । ବ୍ରହ୍ମପୁରରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ସପରିବାର ଆସିଥିବା ସୁନୀତା ନାୟକ ଏବଂ ତାଙ୍କ ପୁଅ ଦୀପକ ନାୟକଙ୍କୁ କିଛି ଭକ୍ତ ମାଡ ମାରିଥିବା ନେଇ ସିଂହଦ୍ଵାର ଥାନାରେ ଅଭିଯୋଗ ହୋଇଛି । ସାତପାହାଚ ନିକଟ ବ୍ୟାରିକେଡ୍ ଭିତରେ ସୁନୀତା ଏବଂ ତାଙ୍କ ପୁଅ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଇନରେ ଠିଆ ହୋଇଥିଲେ । ଅନ୍ୟ କିଛି ପୁରୁଷ ଭକ୍ତ ଲାଇନ୍ ଭାଙ୍ଗି ତାଙ୍କ ଆଗକୁ ଆସିବାରୁ ସୁନୀତା ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁରୁଷ ଭକ୍ତମାନେ ସୁନୀତା ଏବଂ ତାଙ୍କ ପୁଅଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ସୁନୀତାଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ତାଙ୍କ ପୁଅ ଦୀପକର ଆଙ୍ଗୁଠି ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଗଣ୍ଡଗୋଳରେ ସମ୍ପୃକ୍ତ ଚାରିଜଣଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା । ସିଂହଦ୍ଵାର ଥାନା ଘଟଣାର ତଦନ୍ତ କରୁଛି ।

Latest Posts

Don't Miss