ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ବିଜେପି ସାଂସଦ ବଳଭଦ୍ର ମାଝୀ ରଖିଛନ୍ତି ବଡ ବୟାନ । ଚତୁର୍ଥ ସିଟକୁ ନେଇ ବିଜେପି- ବିଜେଡି ମଧ୍ୟରେ ସହମତି ହେବ କି ବୋଲି ଏକ ପ୍ରଶ୍ନରେ ସେ କହିଛନ୍ତି, ବିଜେଡି, କଂଗ୍ରେସ ଆମକୁ ସମର୍ଥନ ଦେବାକୁ ଅନୁରୋଧ କରିବୁ ବୋଲି ବଳଭଦ୍ର ମାଝୀ କହିଛନ୍ତି । ଗଣତନ୍ତ୍ରରେ କାହାକୁ ଅନୁରୋଧ କରିବା କାହାକୁ ନିବେଦନ କରିବା କିଛି ଭୁଲ ନୁହେଁ । ଚତୁର୍ଥ ସିଟ ପାଇଁ ଆମକୁ ସମସ୍ତେ ଖୁସିରେ ଖୁସିରେ ସମର୍ଥନ ଦେବେ ବୋଲି ସେ କହିଛନ୍ତି । ତେବେ ଏହାକୁ ନେଇ ଯାହା କରିବା କଥା ବିଜେପିର ଶୀର୍ଷ ନେତୃତ୍ଵ କରିବେ । ଚତୁର୍ଥ ସିଟ ଲାଗି ଯେହେତୁ ବିଜେଡି କିମ୍ବା କଂଗ୍ରେସର ସଂଖ୍ୟା ନାହିଁ ତେଣୁ ଉଭୟ ବିଜେଡି ଓ କଂଗ୍ରେସ ଆମକୁ ସମର୍ଥନ ଦେବେ ବୋଲି ଅନୁରୋଧ କରିବୁ । ରାଜ୍ୟସଭାରେ ସଂଖ୍ୟା ନ ଥିଲେ ମଧ୍ୟ ବହୁତ ବିଲ ପାରିତ କରିବାରେ ବିଜେପି ସଫଳ ହୋଇଛି । ବିଜେପି ରାଜ୍ୟସଭାରେ ତାର ସିଟ ସଂଖ୍ୟା ବଢାଇବା ପାଇଁ ଚାହୁଁଛି । ଯେଉଁମାନେ ଦେଶ ତଥା ରାଜ୍ୟର ହିତ ଚାହୁଁଛନ୍ତି ସେମାନେ ଚତୁର୍ଥ ସିଟ ବିଜେପିକୁ ଦେବେ । ରାଜ୍ୟସଭା ଅଙ୍କ ସମସ୍ତେ ଜାଣିଛନ୍ତି । ଅଙ୍କ ଆପେ ଆପେ ହେଇଯିବ ଏବଂ ଚତୁର୍ଥ ସିଟ ଆମର ହେବ ବୋଲି କହିଛନ୍ତି ସାଂସଦ ବଳଭଦ୍ର ମାଝୀ ।

