ସମ୍ବଲପୁର ବିକାଶରେ ଲାଗିଛି ବ୍ରେକ୍ । ପୋଷ୍ଟର ବ୍ୟାନର ଲଗାଇ ବାହାଦୁରି ମାରୁଛନ୍ତି ନେତା । ଦୁଇବର୍ଷ ହେଲା ନିଆଯାଇନ ପଦକ୍ଷେପ । ତେଜୁଛି ଜନ ଅସନ୍ତୋଷ । ରାଜ୍ଯରେ ବିଜେପି ସରକାର ଆସିବା ପରେ ସମ୍ବଲପୁରରେ କୌ ଣସି ବିକାଶ କାମ ହୋଇ ନଥିବା ଅଭିଯୋଗ କରିଛନ୍ତି ସହରବାସୀ । ଅନେକ କାମ ଅଧପନ୍ତରିଆ ଭାବେ ପଡ଼ି ରହିଥିଲେ ବି ସେଗୁଡିକୁ ଦୃଷ୍ଟି ଦିଆଯାଉନି । କେବଳ ରଙ୍ଗଦେଇ ବାହାଦୁରୀ ମାରୁଛନ୍ତି ନେତା । ବ୍ୟାନର ପୋଷ୍ଟର ମାରି ବିକାଶର ଡିଣ୍ଡିମ ପିଟୁଥିବାବେଳେ ପ୍ରକୃତରେ ଜିଲ୍ଲାର ଚିତ୍ର କିଛି ଭିନ୍ନ ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ।
ମା’ ସମଲେଶ୍ଵରୀଙ୍କ ସମଲେଇ ମନ୍ଦିର ବିକାଶ ହେଉ କି ସହରର ଉନ୍ନତିକରଣ । ଗମନ ଗମନ ପାଇଁ ମୋ ବସ୍ ସେବା ହେଉ କି ରାସ୍ତାଘାଟ ସମସ୍ଯା । ସବୁ ଯେପରି ଏକପ୍ରକାର ଠପ୍ ହୋଇଯାଇଛି । ସବୁଠାରୁ ବଡ଼କଥା ହେଲା ଆଜି ବି ସହରର ଡ୍ରେନ ଭିତରେ ପାଣି ପାଇଁପ ଯାଇଛି, ଆଜିବି ସହରରେ ଭଲ ଟ୍ରାଫିକ ବ୍ୟବସ୍ଥା ନାହି। ଆଜିବି ଅନେକ ପୁରୁଣା ବିଲ ପଡ଼ିରହିଛି । ହେଲେ ଏହାକୁ ଦୃଷ୍ଟି ନଦେଇ ଭାଷଣବାଜୀରେ ବିକାଶର ନାରା ଦିଆଯାଉଥିବା ଅଭିଯୋଗ କରିଛନ୍ତି ସହରବାସୀ ।

