spot_img

Latest Posts

ପାରିବାରିକ କଳହର କରୁଣ ପରିଣତି ; ୨ଦିନ ମଧ୍ୟରେ ମା ଓ ଝିଅଙ୍କ ଆତ୍ମହତ୍ୟା

ଯାଜପୁର : ପାରିବାରିକ କଳହର କରୁଣ ପରିଣତି । ୨ଦିନ ମଧ୍ୟରେ ମା ଓ ଝିଅ ଙ୍କ ଆତ୍ମହତ୍ୟା । ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଟମକା ଥାନା ଚମ୍ପାଝର ଗ୍ରାମରେ । ସୂଚନା ମୁତାବକ ଚମ୍ପାଝର ଗ୍ରାମର ବାଇଧର ମାଝୀଙ୍କ ଘରେ ଅନେକ ଦିନ ହେବ ପାରିବାରିକ କଳହ ଲାଗି ରହିଥିଲା । ତେବେ ଏହାକୁ କେନ୍ଦ୍ରକରି ଗତ ୨ଦିନ ତଳେ ବାଇଧରଙ୍କ ସ୍ତ୍ରୀ ବାସନ୍ତୀ ଘର ନିକଟରେ ଥିବା ଏକ ଗଛରେ ନିଜ ପିନ୍ଧାଲୁଗା ବେକରେ ଲଗାଇ ଆତ୍ମହତ୍ୟା କରିଥିଲେ। ଏଥିସହିତ ଦିନକ ପରେ ତାଙ୍କ ଝିଅ ସୀତାଙ୍କ ଝୁଲନ୍ତା ମୃତଦେହ ମଧ୍ୟ ତାଙ୍କ ଘର ନିକଟରେ ଥିବା ଆଉ ଏକ ଗଛରୁ ଉଦ୍ଧାର କରାଯାଇଥିଲା।

ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଉଭୟେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପାରିବାରିକ କଳହକୁ ନେଇ କିଛିଦିନ ହେବ ମା ଓ ପୁଅ ଅଲଗା ରହୁଥିବା ବେଳେ ବାପ ଓ ଝିଅ ଆଉ ଏକ ସ୍ଥାନରେ ଅଲଗା ରହିଆସୁଥିଲେ। ଘଟଣା ଦିନ ସକାଳେ ମୃତା ବାସନ୍ତୀ ଙ୍କ ପୁଅ ସୁରେଶ ଘରେ ନଥିବା ସମୟରେ ସ୍ବାମୀ ବାଇଧର ଆସି ବସନ୍ତିଙ୍କ ସହିତ ପାଟିତୁଣ୍ଡ କରିଥିଲେ। ପରେ ବାସନ୍ତୀ ଆତ୍ମହତ୍ୟା କରିଥିବା ପୁଅ ସୁରେଶ ଟମକା ଥାନାରେ ଅଭିଯୋଗ କରିଛି। ଏହି ଘଟଣାକୁ ଗୁରୁତର ସହ ନେଇ ୨ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ଟମକା ପୋଲିସ ।

Latest Posts

Don't Miss