ଟଙ୍କା କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି । ଆର୍ଥିକ ସର୍ଭେ ଅନୁସାରେ, ଆମେରିକା ଟାରିଫରେ ଦୁର୍ବଳ ହୋଇପଡ଼ିଥିବା ଟଙ୍କା ଅର୍ଥନୀତି ପାଇଁ ବହୁତ କ୍ଷତି ନୁହେଁ । ରପ୍ତାନୀ ବୃଦ୍ଧି ପାଇଁ ସରକାର ଫୋକସ କରୁଛନ୍ତି । ଆମେରିକା ସହ ଟ୍ରେଡ ଡିଲରେ ଆର୍ଥିକ ସର୍ଭେକୁ ନେଇ ଚିନ୍ତାପ୍ରକଟ କରାଯାଇଛି । ଦୁଇ ଦେଶ ମଧ୍ୟରେ କ୍ରମାଗତ ଆଲୋଚନା ଚାଲିଛି, ମାତ୍ର ଆର୍ଥିକ ସର୍ଭେରେ ଏହି ଡିଲ ଉପରେ ୨୦୨୬ରେ ମୋହର ଲାଗିବାର ଅନୁମାନ କରାଯାଇଛି ।
ସବୁଠାରୁ ଖୁସି ଖବର ଅର୍ଥ ବ୍ୟବସ୍ଥାକୁ ନେଇ ଆସିଛି । ଆର୍ଥିକ ସର୍ଭେରେ କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷର ତିନି ମାସରେ ଆମେରିକା ଟାରିଫର ପ୍ରଭାବ ରପ୍ତାନୀ ଓ ଉତ୍ପାଦନ ଉପରେ ପଡ଼ିବା ପରେର ବି ଅଭିବୃଦ୍ଧି ଜାରି ରହିଛି । କାରଣ ସରକାରଙ୍କ ତରଫରୁ କ୍ରମାଗତ ଭାବେ ଟାରିଫର ପ୍ରଭାବକୁ କମ୍ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ଅର୍ଥାତ ଆମେରିକା ଟାରିଫ, ବିଶ୍ବର ଚାହିଦା ଦୁର୍ବଳ ଓ ଭୂ-ରାଜନୈତିକ ଚାପ ମଧ୍ୟରେ ଭାରତର ଆର୍ଥିକ ଗତି ଉପରେ ସାମାନ୍ୟ ପ୍ରଭାବ ପଡ଼ିଛି ।
ବିଶ୍ବ ସ୍ତରରେ ଡାଉନସାଇଡ ରିସ୍କ ରହିଥିବା ବେଳେ ଭାରତ ପାଇଁ ତତ୍କାଳ ମାଇକ୍ରୋ-ଇକୋନୋମିକ ସଙ୍କଟ ସୃଷ୍ଟି କରିନାହିଁ । ମଜବୁତ ବିଦେଶୀ ମୁଦ୍ରା ଭଣ୍ଡାର, ସ୍ଥିର ବ୍ୟାଙ୍କିଂ ସିଷ୍ଟମ ଓ ନୀତି ବିଶ୍ବସନୀୟତା ଭାରତ ପାଇଁ ସୁରକ୍ଷା କବଚ ହୋଇଛି । ମୁଦ୍ରାର ସ୍ଥିରତା ପାଇଁ ମାନୁଫାକଚରିଂ ଏକ୍ସପର୍ଟ ବଢ଼ାଇବା ଜରୁରୀ । ବିଶେଷ କରି ଭାଲ୍ୟୁ-ଏଡେଡ ଓ ଟେକ୍ନୋଲୋଜି ଆଧାରିତ ଆମଦାନୀ ଉପରେ ଜୋର ଦେବାକୁ ସୁପାରିଶ କରାଯାଇଛି । ଆଗାମୀ ଦିନରେ ସରକାର ନୂଆ ଟେକ୍ନାଲୋଜି ଉପରେ ପୂରା ଫୋକସ କରିବେ । ଏହାସହ ସୁନା-ରୁପାର ବର୍ଦ୍ଧିତ ମୂଲ୍ୟ ଉପରେ ମଧ୍ୟ ସରକାରଙ୍କ ନଜର ରହିଛି ।

