spot_img

Latest Posts

ମଣ୍ଡିରୁ ଧାନ ଉଠୁନଥିବାରୁ ମିଲରଙ୍କ ଉପରେ ବର୍ଷିଲେ ବିଧାୟକ

ମଣ୍ଡିରୁ ଧାନ ଉଠୁନଥିବାରୁ ମିଲରଙ୍କ ଉପରେ ବର୍ଷିଲେ ବିଧାୟକ। ବଡ଼ଚଣା ବ୍ଲକର ଭରତପୁର କୃଷି ସମବାୟ ସମିତିରୁ ଏଭଳି ଘଟଣା ଦେଖିବାକୁ ମିଳୁଛି। ମିଲର ଆଉ ସମବାୟ ସମିତି ଅଧିକାରୀଙ୍କ ମଧ୍ୟରେ ତାଳମେଳ ଅଭାବରୁ ସମସ୍ୟା ଭୋଗୁଛନ୍ତି ଚାଷୀ ମାନେ। ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ଧାନ ମିଲର ନେଉ ନଥିବାରୁ ମଣ୍ଡିରୁ ଧାନ ଉଠି ପାରୁନି। ଜରି ଅଖାରେ ଚାଷୀ ଧାନ ଆଣିଥିବାରୁ ମିଲର ଚାଷୀଙ୍କ ଧାନ ନେଉ ନାହାନ୍ତି। ଯାହାକୁ ନେଇ ସମବାୟ ସମିତିର ଅଧିକାରୀ ଓ ଚାଷୀ ମାନେ ବଡ଼ଚଣା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ମିଲରଙ୍କ ସହ ବିଧାୟକ କଥା ହେବା ସହ ତାଗିଦ୍ ମଧ୍ୟ କରିଛନ୍ତି। ଯଥା ଶୀଘ୍ର ଚାଷୀଙ୍କ ଧାନ ମଣ୍ଡିରୁ ଉଠାଇବା ପାଇଁ କହିଛନ୍ତି। ଯେଉଁ ମାନେ ନିୟମ ଖିଲାପ କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ବଡ଼ଚଣା ବିଧାୟକ ଅମର କୁମାର ନାୟକ କହିଛନ୍ତି।

Latest Posts

Don't Miss