ଡାଆଣୀ ସନ୍ଦେହରେ ମାଆକୁ ମାରିଲା ପୁଅ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କଲରାଫୁଲିଆ ଗାଁରେ ହତ୍ୟାକାଣ୍ଡ। ମୃତକ ହେଲେ ରାଇମଣି ସିଂ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅ ତପନ ସିଂଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। । ଗତ କିଛି ମାସ ପୂର୍ବରୁ ତପନ ର ସ୍ତ୍ରୀ ଘର ଛାଡ଼ି ପଳାଇ ଯାଇଥିଲା। ପୁଣି କିଛି ଦିନ ପୂର୍ବରୁ ତପନ ର ପୁଅ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଯୋଗୁଁ ତପନ ମାନସିକ ଚାପ ରେ ରହୁଥିବା ବେଳେ ଏ ପ୍ରକାର ଅଘଟଣ ପାଇଁ ସେ ତାର ମାଆ କୁ ସନ୍ଦେହ କରି ହତ୍ୟା କରିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ତେବେ ପ୍ରାଥମିକ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହୋଇଯିବ ବୋଲି ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ କହିଛନ୍ତି।

