ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟକୁ ନେଇ ଆଶା ଆଶଙ୍କାରେ ଶିଳ୍ପ ସମୁଦାୟ, ରିଅଲ ଇଷ୍ଟେଟ କ୍ଷେତ୍ର, ଏମଏସଏମଇ, ଅଟୋ, ଇଲେକ୍ଟ୍ରୋନିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଦି କ୍ଷେତ୍ର । ବିଶେଷ କରି ଶିଳ୍ପ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଜିଏସଟି ସରଳୀକରଣ ଲାଗି ଆଶା ରଖିଛନ୍ତି ଶିଳ୍ପ ସମୁଦାୟ । ଆମେରିକାର ଟାରିଫ, ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ଶିଳ୍ପ ପ୍ରତି ବିଶେଷ ସହାୟତା ଦେବା ଲାଗି ବିଭିନ୍ନ ମହଲରୁ ଆସିଛି ପ୍ରସ୍ତାବ । ମେକ ଇନ ଇଣ୍ଡିଆ କ୍ଷେତ୍ରରେ ଶୁଳ୍କଗତ ପରିବର୍ତ୍ତନ ଲାଗି ରଖାଯାଇଛି ଆଶା । ବିଶ୍ବ ସ୍ତରରେ ପ୍ରତିଯୋଗିତା କରିବା ଲାଗି ଶିଳ୍ପ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେବା ଲାଗି ଦାବି ହୋଇଛି । ସେହିପରି ଇଭି, ସୌର ଯନ୍ତ୍ରପାତି, ପ୍ରତିରକ୍ଷା, ପ୍ରସ୍ତୁତି, ସେମିକଣ୍ଡକ୍ଟର କ୍ଷେତ୍ରକୁ ଗୁରୁତ୍ବ ଦେବା ଲାଗି ପ୍ରସ୍ତାବ ଦିଆଯାଇଛି । ପ୍ରତିଯୋଗିତା ବୃଦ୍ଧି, ଧାରାବାହିକ ଯୋଗାଣ, ଦୀର୍ଘସୂତ୍ରୀ ଟିଭି ମାନୁଫାକ୍ଚରିଂ କ୍ଷେତ୍ରକୁ ବି ଗୁରୁତ୍ବ ଦେବାକୁ ହୋଇଛି ଦାବି । ବାଣିଜ୍ୟଗତ ପ୍ରତିବନ୍ଧକ ହଟାଇବା, ଅକ୍ଷୟ ଶକ୍ତିର ବିକାଶ, ହାଇଟେକ ଅଟୋମେସନ, ଡିଜିଟାଲ ଟ୍ରାନ୍ସଫର୍ମେସନ, ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼଼ କରିବା ଲାଗି ବଜେଟରେ ପଦକ୍ଷେପ ନେଇପାରନ୍ତି ଅର୍ଥମନ୍ତ୍ରୀ ।

