ବିଷମକଟକ ବ୍ଲକ ଚାଟିକଣା ପଞ୍ଚାୟତ ନଳିନୀ ବିଦ୍ୟା ମନ୍ଦିର ହଷ୍ଟେଲରେ ବ୍ୟାପୁଛି ଝାଡାବାନ୍ତି । ଝାଡାବାନ୍ତିରେ ଜଣେ ଛାତ୍ରୀ ମୃତ, ୪୦ ଉର୍ଦ୍ଧ୍ଵ ହେଲେଣି ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଷମ କଟକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ୩୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକେ ଘରକୁ ନେଇଯାଇଥିଲେ । ଘରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ପ୍ରଧାନ ଶିକ୍ଷୟିତ୍ରୀ ସୂଚନା ଦେଇଛନ୍ତି । ଛାତ୍ରୀ ଜଣଙ୍କ ଭାତପୂର ପଞ୍ଚାୟତ କନ୍ନଡି ଗାଁର ରାଜେନ୍ଦ୍ର ଉର୍କାକାଙ୍କ ଝିଅ ବୋଲି ଜଣାପଡିଛି ।

