ସୁନାର ରାସ୍ତାରେ ଚାଲିବେ ଲୋକେ, କେଉଁଠି ହେଉଛି ନିର୍ମାଣ ?
ନନ୍ଦିଘୋଷ ବ୍ୟୁରୋ: ସୁନା ଦର ଆକାଶ ଛୁଆଁ । କିଣିବା କଥା ଛାଡ଼ନ୍ତୁ ଚିନ୍ତା କରିବାକୁ ବି ଲାଗୁଛି ଡର । ସ୍ଥିତି ଏମିତି ଆଉ ସୁନାର ସ୍ବପ୍ନ ଦେଖିବା ବି ଭୁଲି ଗଲେଣି ଲୋକେ । ସାରା ବିଶ୍ବରରେ ସୁନର ମୂଲ୍ୟକୁ ନେଇ ଲୋକେ ଚିନ୍ତାରେ ପଡ଼ିଥିବା ବେଳେ ଗୋଟିଏ ସ୍ଥାନରେ ସୁନାର ରାସ୍ତା ତିଆରି କରାଯାଉଛି । ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି ? ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି । ଦୁବାଇରେ ତିଆରି ହେଉଛି ସୁନାର ସହର । ଯାହା ନିଜର ବିଳାସପୂର୍ଣ୍ଣ ଜୀବନୀ ଓ ଭବ୍ୟତା ପାଇଁ ପ୍ରସିଦ୍ଧ । ଖବର ଅନୁସାରେ ଦୁବାଇରେ ବିଶ୍ବର ପ୍ରଥମ ସଡ଼କ ତିଆରି ହେଉଛି, ଯାହା ସୁନାରେ ହେବ । ଯେତେବେଳେ ସୁନା ମୂଲ୍ୟକୁ ନେଇ ସାରା ବିଶ୍ବ ଚିନ୍ତାରେ ପଡ଼ିଛି, ସେ ସମୟରେ ଦୁବାଇର ଶେଖ ‘ଦି ଗୋଲ୍ଡ ଡିଷ୍ଟ୍ରିକ୍ଟ’ ନାମରେ ଏମିତି ଏକ ପ୍ରୋଜେକ୍ଟ ଆଣୁଛି ଯାହା ସମସ୍ତଙ୍କୁ ଚମକାଇବା ପରି ରହିବ ।
କ’ଣ ଏହି ‘ଦି ଗୋଲ୍ଡ ଡିଷ୍ଟ୍ରିକ୍ଟ’ ?
ମିଡିଆ ରିପୋର୍ଟ ଅନୁସାରେ, ଦୁନିଆରେ ଏପରି ସଡ଼କ ପ୍ରଥମ କରି ନିର୍ମାଣ ହେବାକୁ ଯାଉଛି । ଏହି ପ୍ରୋଜେକ୍ଟର ମୁଖ୍ୟ ଉଦ୍ଦେଶ୍ୟ ଦୁବାଇକୁ ବିଶ୍ବର ସବୁଠାରୁ ବଡ଼ ସୁନା ଓ ଜୁଏଲରୀ ହବ୍ ବନାଇବା । ଏହି ପ୍ରୋଜେକ୍ଟର ଘୋଷଣା ପ୍ରପର୍ଟି ଡେଭଲପର ‘ଇଥରା ଦୁବାଇ’ ତରଫରୁ କରାଯାଇଛି । ଏହି ଗୋଲ୍ଡ ଡିଷ୍ଟ୍ରିକ୍ଟରେ କେବଳ ସୁନାର ଚମକ ଦେଖିବାକୁ ମିଳିବ ନାହିଁ । ଏହା ଏକ ବିଶାଳ କମର୍ସିଆଲ ହବ୍ ହେବ । ଏଠାରେ ଜୁଏଲରୀ, ପରଫ୍ୟୁମ୍, କସମେଟିକ୍ସ ଓ ଲାଇଫଷ୍ଟାଇ କାଟାଗୋରିରର ୧୦୦୦ରୁ ଅଧିକ ରେଟିଲ ଦୋକାନ ରହିବ । ଏହାକୁ ପର୍ଯ୍ୟଟକ, ଗ୍ରାହକ ଓ ପ୍ରଫେସନାଲ୍ସଙ୍କୁ ଆକର୍ଷିତ କରିବା ଭଳି ଡିଜାଇନ୍ କରାଯାଉଛି ।
ଚାଲିବ ଭାରତୀୟ ଜୁଏଲର୍ସଙ୍କ ରାଜ୍
ଦୁବାଇର ଏହି ପ୍ରୋଜେକ୍ଟରେ ଭାରତୀୟ ବ୍ରାଣ୍ଡର ବଡ଼ ଭାଗିଦାରୀ ରହିବ । ଏହି ଡିଷ୍ଟ୍ରିକ୍ଟରେ ସାରା ଦୁନିଆଣ ନାମୀଦାମୀ ବ୍ରାଣ୍ଡସ୍ ନିଜର ଉପସ୍ଥିତି ଜାହିର କରିବେ । ରିପୋର୍ଟ ଅନୁସାରେ, ଜବହାରା ଜୁଏଲରୀ ଓ ଅଲ ରୋମାଇଜନ ସହ ଭାରତୀୟ ବ୍ରାଣ୍ଡସ୍ ଯେମିତି ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଏବଂ ତନିଷ୍କ ବି ନିଜର ଷ୍ଟୋର ଖୋଲିବେ ।
ସେତିକି ନୁହେଁ, ଜୋୟାଲୁକାସ ତ ଏଠାରେ ମିଡିଲ ଇଷ୍ଟରେ ନିଜର ସବୁଠାରୁ ବଡ଼ ଷ୍ଟୋର ଖୋଲିବାକୁ ଯୋଜନା ବି କରିସାରିଛି । କୁହାଯାଉଛି ଜୋୟାଲୁକାସର ଏହି ପ୍ଲାଗସିପ୍ ଷ୍ଟୋର ପ୍ରାୟ ୨୪,୦୦୦ ସ୍କୋୟାର ଫୁଟ ଇଲାକାରେ ରହିବ । ଏହି ପ୍ରୋଜେକ୍ଟ ଭାରତୀୟ ବେପାରୀଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇକି ଆସୁଛି । କାରଣ ଦୁବାଇ ଭାରତୀୟ ଜୁଏଲରୀ ପାଇଁ ଏକ ବଡ଼ ବଜାର ।
ଭବ୍ୟତାର ନୂଆ ଠିକଣା
ଦୁବାଇର ଡେରା ଇଲାକା ଯେଉଁଠି ଏହି ‘ଦି ଗୋଲ୍ଡ ଡିଷ୍ଟ୍ରିକ୍ଟ’ ନିର୍ମାଣ କରାଯାଉଛି, ପୂର୍ବରୁ ସୁନା ବ୍ୟବସାୟ ପାଇଁ ପ୍ରସିଦ୍ଧ । ଏହା ଏହାକୁ ଆହୁରି ସୁବିଧାଜନକ ଓ ହାଇଟେକ କରାଯାଉଛି । ବାହାରୁ ଆସୁଥିବା ଅତିଥି ଓ ଟ୍ରେଡ ପାର୍ଟନରଙ୍କ ସୁବିଧାକୁ ପୂରା ଧ୍ୟାନ ଦିଆଯାଇ ଏଠାରେ ୬ଟି ଆଲିସାନ ହୋଟେଲ ନିର୍ମାଣ କରାଯିବ । ଏହି ହୋଟରେ ୧୦୦୦ରୁ ଅଧିକ ଗେଷ୍ଟରୁମ୍ ରହିବ । ଯାହାଦ୍ବାରା ଏଠାକୁ ଆସୁଥିବା ଲୋକଙ୍କୁ ରହିବା ଓ କିଣାବିକା କରିବାରେ ସମସ୍ୟା ହେବନାହିଁ । ଏହା କେବଳ ବେପାର ବଢ଼ାଇବା ନାହିଁ, ଦୁବାଇର ଟ୍ୟୁରିଜିମ ସେକ୍ଟରକୁ ନୂଆ ପରିଚୟ ଦେବ ।

