spot_img

Latest Posts

ହୋଲିରେ ଅଘଟଣ: ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୧୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଲୁହରେ ଭିଜିଲା ହୋଲିର ରଙ୍ଗ । ରଙ୍ଗର ପର୍ବ ହୋଲିକୁ ନେଇ ଗୋଟିଏ ପଟେ ହର୍ସ ଉଲ୍ଲାସର ମାହୋଲ ଥିବାବେଳେ କିଛି ଜଣଙ୍କ ଜୀବନରେ ମାଡ଼ି ଆସିଛି ଦୁଃଖ । ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଯୋଗୁଁ ଚାଲିଗଲା ୧୬ ଜଣଙ୍କ ଜୀବନ । ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖେଳିଯାଇଛି ଶୋକର ଛାୟା । ଅସାବଧାନତା ଯୋଗୁଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାଣ ହରାଇଛନ୍ତି ଲୋକେ ।

ଗୁଣୁପୁର: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା କେନ୍ଦୁଗୁଡ଼ା ଡ୍ୟାମରେ ଗାଧୋଉଥିବା ବେଳେ ବୁଡ଼ିଯାଇ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି କେ. ବରୁଣ, କେ. ଅଭିଷେକ କୁମାର ଓ ସୁରେଶ ଚୌଧୁରୀ । ସମସ୍ତଙ୍କ ବୟସ ୧୯ରୁ ୨୦ ବର୍ଷ । ରଙ୍ଗ ଖେଳି ଡ୍ୟାମରେ ଗାଧୋଉଥିବା ବେଳେ ବୁଡ଼ି ସେମାନଙ୍କ ମୃତ୍ୟୁ ଘଟିଛି ।

ବାଲେଶ୍ୱର: ସେହିଭଳି ବାଲେଶ୍ୱରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ହୋଲି ଖେଳ ସାରି ସୀତାପତି ଡ୍ୟାମ୍‌ରେ ଗାଧୋଉଥିବା ବେଳେ ଭାସିଯାଇ ଜଣେ ଯୁବକ ନିଖୋଜ ଅଛନ୍ତି  । ଯୁବକ ଜଣଙ୍କ ହେଲେ ନୀଳଗିରି ବ୍ଲକ ଶିଆଡ଼ିମାଳ ଗାଁର ନିଶିକାନ୍ତ ସାଏ । ଦୀର୍ଘ ୩ ଘଣ୍ଟରା ଖୋଜା ଖୋଜି ପରେ ନିଶିକାନ୍ତର ମୃତଦେହ ଜବତ କରଛି  ଅଗ୍ନୀଶମ ବାହିନୀ ।

ନବରଙ୍ଗପୁର: ନଦୀରେ ପାଣିରେ ବୁଡି ଜଣେ ମୃତ । ହୋଲିରେ ସାଙ୍ଗ ସାଥି ଙ୍କ ସହ ମିଶି ଖେଳିବା ପରେ ନବରଙ୍ଗପୁର ସହର ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ । ମୃତକ ବିନାୟକ ନାୟକଙ୍କ ପୁତ୍ର ଆଦିତ୍ୟ ନାୟକ । ଚାରି ଜଣ ସାଙ୍ଗ ମିଶି ଗାଧୋଇବାକୁ ଯାଇଥିବା ସମୟରେ ଘଟିଛି ଅଘଟଣ ।

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ କାଇମାଟି ଛକରେ ଏକ ପଲସର ଗାଡ଼ିରେ  ଆସୁଥିବା ୩ଜଣ ଯୁବକ ଗୋଟିଏ ଗଛ ରେ ପିଟି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। । ମୃତକମାନେ ହେଲେ କୈଳାଶ ସାହୁ, ବ୍ରହ୍ମା ଦେହୁରୀ ଓ ଜଗୁ ଯାହାର । ୩ ଜଣ ଯାକ କପିଳାଶ ଆଡୁ ଏକ ପଲସର ଯୋଗେ ଆସୁଥିବା ବେଳେ କାଇମାଟି ଛକ ପୂର୍ବରୁ ଗୋଟିଏ ଗଛ ରେ ଭାରସାମ୍ୟ ହରାଇ ପିଟି ହୋଇଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ୩ ଜଣ ସାଙ୍ଗକୁ ରଙ୍ଗ ମାରିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳୁଛି। ।

କଟକ: ହୋଲିଖେଳି ସାଙ୍ଗମାନଙ୍କ ସହିତ ଗାଧୋଇବାକୁ ଯାଇଥିଲେ ୩ ସାଙ୍ଗ । ଗାଧୋଉଥିବା ବେଳେ ଜଣେ ବୁଡି ଗଲେ। । ଅଗ୍ନିଶମବାହିନୀ ଖୋଜାଖୋଜି ଜାରି ରଖିଛି । କଟକ ୪୨ ମୌଜା ସ୍ଥିତ କାଠଯୋଡି ନଦୀରେ ବୁଡି ୨ ସାଙ୍ଗ  ମୃତ୍ୟୁ ବରଣ କରିଛନ୍ତି। ହୋଲି ଖେଳି କାଠଯୋଡି ନଦୀ ରେ ଗଧାଉଥିବା ବେଳେ ଅଘଟଣ ଘଟିଛି। ମୃତ ୨ଜଣଙ୍କ ବୟସ ୧୪ ବର୍ଷ ହେବ । ସେମାନଙ୍କ ନାମ ଶୁଭମ୍‌ କୁମାର, ନିଶାନ୍ତ ପାଢ଼ୀ । ସେମାନେ କେନ୍ଦ୍ରୀୟ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର। । ସେମାନଙ୍କୁ  ନଦୀରୁ ଉଦ୍ଧାର କରାଯିବା ପରେ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ମେଡିକାଲ୍ ରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଆଳି: ରଙ୍ଗ ଖେଳି ପୋଖରୀରେ ଗାଧୋଇ ଥିବା ସମୟରେ ବୁଡ଼ିଗଲେ ୨ଭାଇ । ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର କଲେ ମୃତଦେହ ।

ଗଜପତି: ହୋଲି ଖେଳି ନଦୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଜରଙ୍କର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ପାରଳାଖେମୁଣ୍ଡି ଶ୍ରୀଧରନଗରର ଶିକ୍ଷକ ଟୁକୁନା ବେହେରା । ହୋଲି ଖେଳିବା ପରେ ଚାରିଜଣ ସାଥିଙ୍କ ସହ ପାରଳାଖେମୁଣ୍ଡି ଓ ପାଥ୍‌ପାଟଣମ୍‌ ମହେନ୍ଦ୍ରଥନୟା ନଦୀରେ ଗାଧୋଉଥିବା ସମୟରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଟୁକୁନା ସାରଦାପୁର ହାଇସ୍କୁଲରେ ପିଇଟି ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ସକାଶେ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି।

ପିପିଲି: ଗାଁ ନିକଟରେ ଥିବା ଭାର୍ଗବୀକୁ ଗାଧୋଇବାକୁ ଯାଇ ଥିବା ବେଳେ ନଦୀରେ ବୁଡି ଜଣେ ମୃତ I ବରକଣା ଗାଁର ପିଣ୍ଟୁ ମହାରଣା ମୃତ ।  ନିମାପଡ଼ା ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରିଛି ।

ସାଲେପୁର; ଭୋଜି ସାରି ଜଳହରି  ଘାଟ ଚିତ୍ରୋତ୍ପୋଳା ନଦୀରେ ଗାଧୋଇବା ବେଳେ ଗୋଡ ଖସିଯିବାରୁ ଛାତ୍ରଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଲେ  ମହନାପୁର ଅଂଚଳର ଶୁଭମ ପ୍ରତୀକ ଦାଶ ସାଲେପୁରରେ ରହି ପାଠ ପଢ଼ୁଥିଲେ ।

ମୟୂରଭଞ୍ଜ: ହୋଲି ଖେଳି ସାରି ଗାଧୋଉଥିବା ବେଳେ ପ୍ରଖର ସୁଅରେ ଭାସିଯାଇ ଜଣେ ଯୁବକ ମୃତ । ମୃତକ ବାରିପଦା ସହର କାଳିମନ୍ଦିର ସାହିର ଶିବୁନ୍ ମହାନ୍ତି। ଆଜି ଦିନ ପ୍ରାୟ ସାଢେ ୧୨ଟା ବେଳେ ହୋଲି ଖେଳ ସାରି ନିଜର ଜଣେ ବନ୍ଧୁଙ୍କ ସହ ବାରିପଦା ସହର ଠାରୁ ୧୭ କି.ମି. ଦୂର ଜମ୍ଭୀରା ଡ୍ୟାମ୍‌ରେ ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ପ୍ରଖର ସୁଅରେ ୨ ବନ୍ଧୁ ଭାସି ଯାଇଥିଲେ। କିଛି ସମୟ ପରେ ୨ ବନ୍ଧୁଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପାଣିରୁ ଉଦ୍ଧାର କରିଥିଲେ ସ୍ଥାନୀୟ ବାସିନ୍ଦା। ତେବେ ବହୁ ଚେଷ୍ଟା କରିବା ପରେ ରବିଙ୍କର ଚେତା ଫେରିଥିବା ବେଳେ ଶିପୁନ୍ ଙ୍କର ଚେତା ଫେରି ନଥିଲା। ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କୁ ଅଣା ଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସୋର: ରଙ୍ଗ କିଣିବାକୁ ଆସୁଥିବା ଜଣେ ଯୁବକଙ୍କୁ ପ୍ରଥମେ ଷଣ୍ଢ ସହ ଧକ୍କା ହୋଇଥିଲା । ଷଣ୍ଢ ସହ ଧକ୍କା ହେବା ପରେ ଝିଟ୍‌କି ପଡ଼ି ଥିଲେ ଯୁବକ । ଫଳରେ ସେହି ସମୟରେ ସେହିପଟେ ଯାଉଥିବା ଟ୍ରକ୍ ଚାପାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ମହୁମୁହାଣ ଗାଁର ନରେନ୍ଦ୍ର କୁମାର ଜେନା । ନିଜ ମୋଟର ସାଇକେଲ୍‌ରେ ସୋର ଅଞ୍ଚଳକୁ ରଙ୍ଗ କିଣିବା ପାଇଁ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା ।

 

Latest Posts

Don't Miss