spot_img

Latest Posts

ଆଜିଠାରୁ ଗର୍ଜିବ ବିଜେଡି ; ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଗର୍ଜିବ ବିଜେଡି। ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ବିଜେଡି କରିବ ଆନ୍ଦୋଳନ । ବରଗଡରୁ ଆନ୍ଦୋଳନ ଆରମ୍ଭ ହେବାକୁ ଥିବା ବେଳେ ଫେବୃଆରୀ ୧୭ ଯାଏଁ ଏହା ଚାଲିବ। ରାଜ୍ୟରେ ଚାଷୀ ହନ୍ତସନ୍ତ ହେଉଛନ୍ତି, ମହିଳା ବିରୋଧୀ ଅତ୍ୟାଚାର ବଢିଛି । ଏହାକୁ ନେଇ ସାରା  ରାଜ୍ୟରେ ବିଜେଡି ଏହି ଆନ୍ଦୋଳନ କରିବ। ଠିକରେ ଧାନ କିଣାଯାଉନାହିଁ। ସମସ୍ତେ ଟୋକନ ଟେନସନରେ ଘାରି ହେଉଛନ୍ତି। କଟନୀ ଛଟନୀ ଚାଲିଛି। କେତେକ ସ୍ଥାନରେ ମଣ୍ଡିରୁ ଧାନ ଉଠୁ ନାହିଁ। କେତେକ ସ୍ଥାନରେ ଦଲାଲଙ୍କ ଦୌରାତ୍ମ୍ୟ ଚାଲିଥିବା ବେଳେ ମିଲର ବି କିଛି କମ୍ ନୁହନ୍ତି। ସମସ୍ତଙ୍କ ଚକ୍ରାନ୍ତରେ ପେଶି ହେଉଛନ୍ତି ନିରୀହ ଚାଷୀ । ନିଜ ପରିଶ୍ରମର ମୂଲ୍ୟ ସେମାନଙ୍କୁ ମିଳୁନାହିଁ। କେବଳ ଏତିକି ନୁହେଁ, ରାଜ୍ୟରେ ବଢ଼ିଛି ନାରୀ ନିର୍ଯାତନା। ବିଜେପି ସରକାରରେ ନାରୀ ସୁରକ୍ଷିତ ନୁହନ୍ତି। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ସେମାନେ ବିଭିନ୍ନ ହିଂସାର ଶିକାର ହେଉଛନ୍ତି। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି ।

Latest Posts

Don't Miss