spot_img

Latest Posts

କାହିଁକି ଇସିଆଇ ୧୭-ସି ଫର୍ମ ଦେଉନାହାନ୍ତି ? : ବିଜେଡ଼ି

ନନ୍ଦିଘୋଷ ବ୍ୟୁରୋ : ଦେଶରେ ଏବେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ନେଇ ବିଚାର ଚାଲିଛି । ତେବେ ଏହା କେତେଦୂର ସଠିକ ? ଯେଉଁ ଇଭିଏମ ପ୍ରକ୍ରିୟାରେ ନିର୍ବାଚନ ହେଉଛି ତାହା ଠିକ ତ ? ଦୈନିକ ଇଂରାଜୀ ଖବରକାଗଜ ଦି ହିନ୍ଦୁରେ ଆସିଥିବା ‘ବିଜେଡି ନିର୍ବାଚନ କମିଶନଙ୍କୁ କରିଥିବା ଅଭିଯୋଗ ଉତ୍ତର ମିଳିଲା ନାହିଁ’ ପ୍ରସଙ୍ଗରେ ଦଳ ଆଜି ପୁଣି ଏହି ପ୍ରଶ୍ନ ନିର୍ବାଚନ କମିଶନଙ୍କୁ ପଚାରିଛି । ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ନେଇ ବିଚାର ଚାଲୁଥିବାବେଳେ ବିଜେଡିର ଇଭିଏମ ସଂପର୍କୀତ ପ୍ରଶ୍ନର ଜବାବ ମିଳିପାରୁନାହିଁ । ନିର୍ବାଚନ କମିଶନଙ୍କୁ ବିଜେଡି ଦୁଇ ଥର ଭେଟି ଦୁଇଟି ଚିଠି ଦେଲା । ହେଲେ ଉତ୍ତର ବିଭିନ୍ନ ପ୍ରକାରର ମିଳିଲା । ଏଜେଣ୍ଟ ମାନଙ୍କୁ 17-C ଫର୍ମ ନିର୍ବାଚନ ଅଧିକାରୀ ଦିଅନ୍ତି ।  ସଂପୃକ୍ତ ବୁଥରେ କେତେ ଭୋଟ EVMରେ ପଡିଛି, ତାହା ସେଥିରେ ଉଲ୍ଲେଖ ଥାଏ ।  ବିଜେଡି ଏହି ଫର୍ମ ମାଗିଲା, ତାହା ମିଳିଲା ନାହିଁ । ନିର୍ବାଚନ କମିଶନ କହିଲେ, ଯେଉଁ ନିର୍ବାଚନମଣ୍ଡଳି ନେଇ ମାମଲା ଚାଲିଛି, ସେଠି ମିଳିବ ନାହିଁ । ତେବେ ଏପରି ମାତ୍ର ୨୮ଟି କେସ ହୋଇଛି । ବାକିର ଦେବାରେ ଅସୁବିଧା କଣ? ସଂସଦୀୟ କ୍ଷେତ୍ର ଅନୁସାରେ 17-C ଫର୍ମ ୱେବସାଇଟରେ କାହିଁକି ଛଡାଯାଉନି ? ୨୦୨୪ ନିର୍ବାଚନରେ କେତେ ମେସିନ ଖରାପ ଥିଲା ? ନୂଆ ମେସିନରେ ଆଗୁଆ କେତେ ଭୋଟ ଥିଲା ? ମେସନ ପରିବର୍ତ୍ତନ ସମୟରେ କେତେ ଭୋଟ ପଡିଲା ? ସନ୍ଧ୍ୟା ୫ଟାରେ ଯେତେ ଭୋଟ ପଡିଲା ବୋଲି କୁହାଗଲା, ରାତି ୧୧ଟାରେ ଓ ଦୁଇ ଦିନ ପରେ କେମିତି ବଦଳି ଗଲା ବୋଲି ପ୍ରଶ୍ନ କରିଛି ବିଜେଡି । ଏହା ଭୋଟରଙ୍କୁ ଧୋକା । ଏସବୁ ତଥ୍ୟ ଆସିଲେ ECIଙ୍କ ଉପରେ ବିଶ୍ୱାସ ରହିବ । ବିଜେଡି ଆଞ୍ଚଳିକ ଦଳ । ତଥ୍ୟ ଓ ସତ୍ୟ ଉପରେ ବିଜେଡିର ଅଭିଯୋଗ । ଭୋଟ ଚୋରି ବନ୍ଦ କରିବାକୁ ବିଜେଡିର ଏହା ପ୍ରୟାସ । କିଛି ନ ହେଲେ କୋର୍ଟ ବିଜେଡିର ଶେଷ ବାଟ ହେବ । ECIଙ୍କ ସହ ଚର୍ଚ୍ଚା ସରିନି । କୋର୍ଟରେ ଲକ୍ଷ ଲକ୍ଷ ମାମଲା ପଡିଛି । ସ୍ୱଚ୍ଛ ନିର୍ବାଚନ ହେଲେ ଅନେକ ପ୍ରାର୍ଥୀ କୋର୍ଟ ଯାଆନ୍ତେ ନାହିଁ ବୋଲି ବିଜେଡି କହିଛି । ବିଜେପି ସରକାର ନିର୍ବାଚନ ଜିତିବା ପାଇଁ ସର୍ଭେ, ଡାଟା, ପ୍ରୋଫାଇଲିଂ, EVM ଓ SIRକୁ ନିଜ ଅକ୍ତିଆରରେ ରଖିଛନ୍ତି । DBT, ବ୍ୟାଙ୍କ ଖାତା, ହିତାଧିକାରୀ ଭାବେ ଗୋଟେ ଜାଗାରେ ଡାଟା କମ୍ପାଇଲ କରାଯାଉଛି । ଡାଟା ସରକାର ପାଖରେ, ବିରୋଧୀଙ୍କ ପାଖରେ ନାହିଁ । ସବୁ ଲୋକଙ୍କ ଡାଟା ଗୋଟେ ବଡ଼ ଅସ୍ତ୍ର । ଡାଟାର ମାଇକ୍ରୋକ୍ଲଷ୍ଟର ପ୍ରୋଫାଇଲିଙ୍ଗକୁ ସୋସିଆଲ ଇଞ୍ଜିନିୟରିଂ କରାଯାଉଛି । EVM ଯଦି ସ୍ୱଚ୍ଛ, ତାହେଲେ ଜର୍ମାନୀ, ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡସରେ ଏହାକୁ କାହିଁକି ବ୍ୟାନ ହୋଇଛି ? ଇଂଲଣ୍ଡ ବ୍ୟାନ ନ କରି ବି ବାଲାଟ ପେପରରେ ଭୋଟିଂ କରୁଛି । ଆମେରିକାରେ EVM ଓ ପେପର ଉଭୟ ବ୍ୟବହାର ହେଉଛି । ବିଶ୍ୱ ଯଦି ବାଲଟ ପେପର ପାଇଁ ଅଛି ଭାରତ ସରକାରଙ୍କ EVM ଜିଦ କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି । ଆଗାମୀ ଦିନରେ ଗଣତନ୍ତ୍ର ପ୍ରତି ଭୟ ରହିଛି । ବିକାଶ ଯଦି ଚାହୁଁଛ, ମତ ଠିକ ସ୍ଥାନରେ ପଡ଼ୁ । SIRରେ ପଶ୍ଚିମବଙ୍ଗରେ ଭୟଙ୍କର କାମ ହେଉଛି ବୋଲି ବିଜେଡି ଅଭିଯୋଗ କରିଛି । ଯିଏ ବିଜେପି ଭୋଟର ନୁହନ୍ତି, ସେମାନେ କାଟ ଖାଉଛନ୍ତି । ଏହା ଓଡ଼ିଶାରେ ବି ହେବାର ଭୟ ରହିଛି ବୋଲି କହିଛି ବିଜେଡି ।

Latest Posts

Don't Miss