କେନ୍ଦ୍ରୀୟ ବଜେଟ ୨୦୨୬କୁ ନେଇ ଏକ ବଡ଼ ଖୁଲାସା ହୋଇଛି । ପାସେଞ୍ଜର ରେଭିନ୍ୟୁ ବଢ଼ିବାର ଅନୁମାନ କରାଯାଉଛି, ଫଳରେ ଟିକେଟ ମହଙ୍ଗା ହୋଇପାରେ । ଏଥିସହିତ ୭ଟି ନୂଆ ହାଇ-ସ୍ପିଡ କରିଡରରୁ ବଡ଼ ବଡ଼ ସହରକୁ ଯୋଡ଼ିବାର ଯୋଜନା ମଧ୍ୟ ସାମ୍ନାକୁ ଆସିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୯ମ ଥର ପାଇଁ ଦେଶର କେନ୍ଦ୍ରୀୟ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ନିଜର ପାଖାପାଖି ୧.୩୦ ଘଣ୍ଟାର ଭାଷଣରେ ଅନେକ କିଛି ଘୋଷଣା କରିଛନ୍ତି । ସେ ସ୍ବାସ୍ଥ୍ୟ-ଶିକ୍ଷା ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ଅନେକ ଘୋଷଣା କରିଛନ୍ତି । ସରକାର ଅନେକ ଜିନିଷ ଉପରେ ଟ୍ୟାକ୍ସ ମଧ୍ୟ ବୃଦ୍ଧି କରିବା ସହ କମ୍ ମଧ୍ୟ କରିଛନ୍ତି । ସାରା ଦେଶକୁ ରେଲ ସହ ଯୋଡ଼ିବା ପାଇଁ ରେଳ ପ୍ରକଳ୍ପର ମଧ୍ୟ ଘୋଷଣା କରିଛନ୍ତି । ମାତ୍ର ବଜେଟର ଡାଟାରେ ଏକ ତଥ୍ୟ ଏପରି ରହିଛି, ଯେଉଁଥିରୁ ଏହା ସଙ୍କେତ ମିଳିଛି ଯେ, ବୋଧହୁଏ ଆଗାମୀ ଦିନରେ ରେଲ ଟିକେଟ ବଢ଼ିପାରେ ।
ପୂର୍ବରୁ ଦେଶର ରେଲ ବଜେଟ ଓ ସାଧାରଣ ବଜେଟ ଅଲଗା ଅଲଗା ଥିଲା । ମାତ୍ର ଏବେ ତାହା ଏକସଙ୍ଗେ ଆସୁଛି । ରେଲଓ୍ବେକୁ ବଜେଟର ସହୋଦର କୁହାଯାଇଥାଏ । ଏଥର ମଧ୍ୟ ରେଲଓ୍ବେ ସହ ଇନଫ୍ରାକୁ ମୋଟ କ୍ୟାପେକ୍ସର ପାଖାପାଖି ୪୭ ପ୍ରତିଶତ ବଜେଟ ଦିଆଯାଇଛି । ସରକାର ବଜେଟରେ କହିଛନ୍ତି, ଆର୍ଥିକ ବର୍ଷ ୨୦୨୫-୨୬ରେ ପାସେଞ୍ଜର୍ସଙ୍କ ଠାରୁ ମିଳିଥିବା ରିସିପ୍ଟରେ ୮୦ ହଜାର କୋଟି ରେଲଓ୍ବେର ଆୟ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୮୭ ହଜାର କୋଟି ଆୟ କରିବାର ଅନୁମାନ କରାଯାଉଛି । ଏପରି ସ୍ଥିତିରେ ସରକାର ଆଗାମୀ ଦିନରେ ରେଲଓ୍ବେ ଟିକେଟ୍ ଦାମ୍ ବୃଦ୍ଧି କରିପାରନ୍ତି ବୋଲି ଅନୁମାନ କରାଯାଉଛି । ମାତ୍ର ଏହା କେବଳ ଏକ ଅନୁମାନ । ଟିକେଟର ଦାମ୍ ବଢ଼ିବା ନା ନାହିଁ ତା’ର ନିଷ୍ପତ୍ତି ଅନ୍ତିମ ରୂପରେ ରେଲଓ୍ବେ ନେଇଥାଏ । ସାଧାରଣ ବଗି, ସ୍ପପରର ଟିକେଟ୍ ଦାମ୍ ବଢ଼ିବା ନେଇ ରେଳବାଇ ନିଷ୍ପତ୍ତି ଗ୍ରହର କରିବ ।

