spot_img

Latest Posts

ICC ବ୍ୟାନ ଲଗାଇଲେ କ’ଣ କରିବ ପାକିସ୍ତାନ ? ବଡ଼ କ୍ଷତି ସହିପାରେ PCB

ଫେବୃଆରୀ ୧୫ରେ ଭାରତ ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚକୁ ବହିଷ୍କାର କରିବାର ନିଷ୍ପତ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (BCB)କୁ ସଙ୍କଟରେ ପକାଇ ଦେଇଛି । ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶ ପରେ ଯଦି ପିସିବି ଔପଚାରିକ ଭାବେ ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ଅଗ୍ରାହ୍ୟ କରେ, ତେବେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ICC) ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ, ଯେଉଁଥିରେ କି  ଟୁର୍ଣ୍ଣାମେଣ୍ଟରୁ ବ୍ୟାନ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ସାମିଲ ରହିଛି ।

ସୂତ୍ର ମୁତାବକ, ଆଇସିସି ପାକିସ୍ତାନ ଉପରେ କିଛି ଦଣ୍ଡାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବିଚାର କରୁଛି । ଆଇସିସି ବୋର୍ଡ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଭର୍ଚୁଆଲ ମିଟିଂ କରିବ, ଯେଉଁଥିରେ ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଅନୁମତି ଦିଆଯିବ କି ନା ତାହ ନିଷ୍ପତ୍ତି ହେବ । ଯଦି ଅନୁମତି ମିଳେ, ତେବେ ପିସିବିକୁ ଭାରି ସଜ୍ଜା ଭୋଗିବାକୁ ପଡ଼ିପାରେ ।

ସେହିପରି ଆଉ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ପାକିସ୍ତାନ ଆଇସିସି ଓ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ସହ ନିରପେକ୍ଷ ଭେନ୍ୟୁରେ ଖେଳିବାକୁ ଯେଉଁ ବାଧ୍ୟକାରୀ ବୁଝାମଣା କରିଥିଲା, ସେ ତା’ର ଉଲ୍ଲଂଘନ କରିଛି । ଏପରି ସ୍ଥିତିରେ ସଦସ୍ୟ ବୋର୍ଡ ପାକିସ୍ତାନ ସହ ଦ୍ବିପାକ୍ଷିକ ସିରିଜ ଖେଳିବାକୁ ଅଗ୍ରାହ୍ୟ କରିପାରନ୍ତି । ଯଦି ଏପରି ହୁଏ, ତେବେ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଖରାପ ହୋଇଯିବ । ସୂତ୍ର ଅନୁସାରେ, ପାକିସ୍ତାନକୁ ବିଶ୍ଟ ଟେଷ୍ଟ ଚାମ୍ପିୟନଶିପ (WTC) ପର୍ଯ୍ୟନ୍ତ ଦିଆଯାଇ ନପାରେ, ଯାହାଦ୍ବାରା କି ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇପାରେ ।

ଆଇସିସି ପିସିବିକୁ ଏପରି ଏକ ଝଟକା ଦେଇପାରେ, ଯାହା ଦ୍ବାରା ତା’ର ଆୟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ । ପାକିସ୍ତାନ ସୁପର ଲିଗ (PSL) ଓ ଆଇସିସି ଠାରୁ ମିଳୁଥିବା ବାର୍ଷିକ ଫଣ୍ଡିଂରେ ସଙ୍କଟ ଛାଇ ଯାଇଛି । ଆଇସିସି ବିଦେଶୀ ଖେଳାଳିଙ୍କ PSLରେ ଖେଳିବାରେ ରୋକ ଲଗାଇପାରେ । କେବଳ ରିଟାୟାର୍ଡ ଖେଳାଳି ବା ଫ୍ରି ଏଜେଣ୍ଟ ଲିଗରେ ଅଂଶଗ୍ରହଣ କରିପାରିବେ । ଏହାଦ୍ବାରା ଲିଗର ବ୍ରାଣ୍ଡ ଭାଲ୍ୟୁ ଓ ବ୍ୟବସାୟିକ ଆକର୍ଷଣ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇବ ।

ଏହାଛଡ଼ା ଭାରତ-ପାକିସ୍ତାନ ମ୍ୟାଚ ନ ହେବା ଫଳରେ ବ୍ରଡକାଷ୍ଟର ଜିଓହଟଷ୍ଟାରକୁ କୋଟି କୋଟି କ୍ଷତି ସହିବାକୁ ପଡ଼ିବ, ଯାହାର ଭରଣା ପିସିବିକୁ କରିବାକୁ ପଡ଼ିପାରେ । ସୂତ୍ର ମୁତାବକ, କେବଳ ବିଜ୍ଞାପନରୁ ୨୦୦ କୋଟିରୁ ଅଧିକ ଟଙ୍କାର ରାଜସ୍ବ କ୍ଷତି ହୋଇପାରେ । ଆଇସିସି ଏହି ପଦକ୍ଷେପ ମଧ୍ୟ ଗ୍ରହଣ କରିପାରେ ଯେ, ପାକିସ୍ତାନକୁ ୨୦୨୬ ଟି-୨୦ ବିଶ୍ବକପର ବାଦ୍ ଦେଇ ତା’ ଜାଗାରେ ୟୁଗାଣ୍ଡାକୁ ସାମିଲ କରାଯିବ । ମାତ୍ର ଏହା ଉପରେ ଅନ୍ତିମ ନିଷ୍ପତ୍ତି ମିଟିଂ ପରେ ଗ୍ରହଣ କରାଯିବ । ଭାରତ ବିରୋଧରେ ଯାଇ ପାକିସ୍ତାନ ଏବେ ନିଜ ଗୋଡ଼ରେ ନିଜେ କୁରାଢ଼ ମାରିବା ସଦସୃ ହୋଇଛି । ପିସିବିକୁ ଆଇସିସିରେ ପ୍ରତି ବର୍ଷ ପାଖାପାଖି ୩୧୬.୫୦ କୋଟିର ରାଜସ୍ବ ମିଳିଥାଏ । ଆଇସିସି ଯଦି ବ୍ୟାନ ଲଗାଏ, ତେବେ ପାକିସ୍ତାନ ବର୍ବାଦ ହୋଇଯିବ । କ୍ରିକେଟର ସବୁଠାରୁ ବଡ଼ ବଜାର ହେଉଛି ଭାରତ ।

ଆଇସିସିର ରାଜସ୍ବରେ ବିସିସିଆଇର ଯୋଗଦାନ ବହୁତ ଅଧିକ । ପାକିସ୍ତାନ ନା କେବଳ ଆଇସିସି, ବରଂ ବିସିସିଆଇ ସହ ମଧ୍ୟ ପଙ୍ଗା ନେଇଛି । ପଏହାର ପରିଣାମ ଭୟଙ୍କର ହୋଇପାରେ । ତେବେ ଏବେ ପ୍ରଶ୍ନ ଉଠୁଛି, ପିସିବି ଶେଷ ମୁହୂର୍ତ୍ତରେ ୟୁ-ଟର୍ଣ୍ଣ ନେବ ନା ଆଇସିସିର କଡ଼ା କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିବ ? ହୋଇପାରେ, ଆଇସିସିର ପଦକ୍ଷେପ ପରେ ପିସିବିର ଆଭିମୁଖ୍ୟରେ ପରିବର୍ତ୍ତନ ହୋଇପାରେ । ସାଧାରଣ ପାକିସ୍ତାନର ୟୁ-ଟର୍ଣ୍ଣର ଏକ୍ସପର୍ଟ କୁହାଯାଇଥାଏ । ତା’ର ଅନେକ ଖେଳାଳି ସନ୍ନସ୍ୟା ନେଇ ସାରି ପଡ଼ିବାକୁ କମବ୍ୟାକ କରିସାରିଛନ୍ତି । ଆଇସିସି ଓ ବିସିସିଆଇ ସହ ଟକ୍କର ଦେବା ସ୍ଥିତିରେ ପିସିବି ନାହିଁ । ଯଦି ଏହି ମାମଲା ଆଗକୁ ବଢ଼େ, ତେବେ ପାକିସ୍ତାନ କ୍ରିକେଟ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ ହୋଇଯିବ ।

Latest Posts

Don't Miss