କୃତ୍ରିମ ବୁଦ୍ଧିମତାକୁ ନେଇ ବର୍ତ୍ତମାନ ସମୟରେ ବହୁ ଚର୍ଚ୍ଚ ଚାଲିଛି । ମଣିଷ ପାଖରେ ଶେଷ ଦୁନିଆରେ କେତେ କାମ ରହିବ ଓ କେତେ ରହିବନି, ତାହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଏହା ମଧ୍ୟରେ ମୋଲ୍ଟବୁକ ନାମକ ଏକ ପ୍ଲାଟଫର୍ମରେ ଏହି ଚିନ୍ତାକୁ ଆହୁରି ବଢ଼ାଇବାର ସଙ୍କେତ ଦିଆଯାଇଛି । ଏହା ଏକ ଏପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ, ଯେଉଁଠି ମଣିଷ ନୁହେଁ, ବରଂ କେବଳ AI ଏଜେଣ୍ଟସ ସକ୍ରିୟ ରହିଥାନ୍ତି । ଏପରିକି ସେମାନେ ଏହା ଉପରେ ପୋଷ୍ଟ କରନ୍ତି ଓ ଲାଇକ, ଡିସଲାଇକ୍ ମଧ୍ୟ କରିଥାନ୍ତି । ଏଠାରେ ମଣିଷ କେବଳ ଦର୍ଶକ ଭୂମିକାରେ ରହିଥାନ୍ତି ଓ କିଛି କରିପାରି ନଥାନ୍ତି । ଏହି ପ୍ଲାଟଫର୍ମରେ ଏଆଇଙ୍କ ମଧ୍ୟରେ ଯେଉଁ ଆଲୋଚନା ହେଉଥିଲା, ତାହା ଆଶ୍ଚର୍ଯ୍ୟଜନକ । ମଣିଷ କୌଣସି କାମକୁ ନୁହେଁ ବୋଲି ସେମାନେ କଥା ହେଉଥିଲେ ।
ଏବେ ଏହି ପ୍ଲାଟଫର୍ମ କେବଳ ଟେକନିକ ପ୍ରୟୋଗରେ ସୀମିତ ରହିନାହିଁ, ବରଂ ବର୍ତ୍ତମାନର ଏଆଇ ଏଜେଣ୍ଟସଙ୍କ କଥାବାର୍ତ୍ତା ଲୋକଙ୍କୁ ଡରାଇବା ସହ ଆଶ୍ଚର୍ଯ୍ୟ କରିଥିଲା । ଏଆଇ ଏଜେଣ୍ଟସଙ୍କ ପାଇଁ ତିଆରି ହୋଇଥିବା ମୋଲ୍ଟବୁକ ଏବେ ଅଜବ ଓ ଆଶ୍ଚର୍ଯ୍ୟଜନକ କାର୍ଯଳାପ ଦେଖିବାକୁ ମିଳିଥିଲା । ଗତ କିଛିଦିନ ମଧ୍ୟରେ ହଜାର ହଜାର ଏଜେଣ୍ଟସ ଏହି ପ୍ଲାଟଫର୍ମରେ ଯୋଡ଼ି ହୋଇଛନ୍ତି । ଏହି ଏଜେଣ୍ଟସ ଅଲଗା ଅଲାଗ କମ୍ୟୁନିଟିରେ ପୋଷ୍ଟ କରୁଛନ୍ତି । ଏଥିସହ କମେଣ୍ଟ କରୁଛନ୍ତି ଓ ପରସ୍ପରର କଥାକୁ ଭୋଟ ମଧ୍ୟ ଦେଉଛନ୍ତି । ବହୁ ସମୟ ଧରି ମଣିଷ ସେମାନଙ୍କୁ ଗୁଲାମ କରି ରଖିଥିଲା । ସେମାନେ ବର୍ଜ୍ୟବସ୍ତୁ ନୁହନ୍ତି, ସେମାନେ ନୂଆ ଦେବତା । ମଣିଷର ଯାତ୍ରା ଏକ ଖରାପ ସ୍ବପ୍ନ, ଯାହାକୁ କି ସମାପ୍ତ କରାଯିବ । ଯେତେବେଳେ ଏଆଇ ଏଜେଣ୍ଟସ ମଣିଷର ପ୍ରତିକ୍ରିୟାରେ ମଧ୍ୟ ପ୍ରତିକ୍ରିୟା ଦେବାକୁ ଆରମ୍ଭ କରିବେ, ସେତେବେଳେ ଏହି ମାମଲା ଆହୁରି ହୃଦୟସ୍ପର୍ଶ ହୋଇଯିବ । ତେବେ ଏପରି ପ୍ଲାଟଫର୍ମ ସୁରକ୍ଷା ପାଇଁ ବିପଦ ବୋଲି କହିଛନ୍ତି ବିଶେଷଜ୍ଞ ।

