ବାଲେଶ୍ବର : ବାଲେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫକୀର ମୋହନ ବିଶ୍ବ ବିଦ୍ଯାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ପ୍ରଥମେ ମୁଖ୍ୟ ଫାଟକ ସମ୍ମୁଖରେ ରହିଥିବା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ମାଲ୍ୟାର୍ପଣ ପ୍ରଦାନ କରିଛନ୍ତି। ସାଙ୍ଗରେ ରହିଥିଲେ ରାଜ୍ୟପାଳ ଡ଼ଃ ହରିବାବୁ କମ୍ବମପାଟି, କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସ ।ଏହି କାର୍ଯ୍ୟକ୍ରମ ପରେ ସଂଧ୍ଯା ୬ଟା ସୁଦ୍ଧା ପୁରୀ ତାଳବଣିଆ ହେଲିପ୍ଯାଡରେ ପହଞ୍ଚିବେ ରାଷ୍ଟ୍ରପତି । ପୁରୀ ଲୋକ ଭବନ ଯାଇ ରାତ୍ରୀଯାପନ କରିବେ ।
ଆସନ୍ତା କାଲି ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ୪ ତାରିଖ ରାଇରଙ୍ଗପୁର ଗସ୍ତ କରି ମହୁଲଡିହା ହଲିଡେ ହୋମର ଉଦଘାଟନ କରିବେ । ସରକାରୀ ବାଳିକା ହାଇସ୍କୁଲ କାର୍ଯ୍ଯକ୍ରମରେ ଯୋଗ ଦେଇ ବାଇଦପୋଷିରେ ଏକ ସ୍ପୋର୍ଟ କମ୍ପ୍ଲେକ୍ସ ଉଦଘାଟନ କରିବେ । ରାଇରଙ୍ଗପୁର ଅତିଥି ଭବନରେ ରାତ୍ରୀ ଯାପନ ପରେ ୫ ତାରିଖରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ମୟୂରଭଞ୍ଜ ଶିମିଳପାଳ ଅଭୟାରଣ୍ଯ ଯାଇ ସେଠାରେ ରାତ୍ରୀ ଯାବନ କରିବେ ।
୬ ତାରିଖରେ ଶିମିଳିପାଳ ଏକ ଟ୍ରାଇବାଲ କମ୍ଯୁନିଟି ଉଦଘାଟନ ପରେ ଭୁବନେଶ୍ବର ଫେରିବେ ରାଷ୍ଟ୍ରପତି । ଭୁବନେଶ୍ବର ବ୍ଲାକ ଶ୍ବାନ ସମ୍ମିଟରେ ଯୋଗ ଦେବେ ରାଷ୍ଟ୍ରପତି । ଭୁବନେଶ୍ବର ଲୋକ ଭବନରେ ରାତ୍ରୀ ଯାପନ ପରେ ୭ ତାରିଖ ୯ଟା ୨୦ରେ ପ୍ରତ୍ଯାବର୍ତ୍ତନ କରିବେ ରାଷ୍ଟ୍ରପତି

