spot_img

Latest Posts

ବେଲୁଚିସ୍ତାନ ମହାଳାଙ୍କୁ ଡରୁଛି ପାକ୍‌ ସେନା

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବେଲୋଚ ଆତଙ୍କବାଦୀ ଏବଂ ପାକିସ୍ତାନ ସେନା ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଏବେ ମଧ୍ୟ କିଛି ଇଲାକାରେ ଜାରି ରହିଛି। ଇତିମଧ୍ୟରେ ପାକ୍‌ ସେନା ଗୁଳିରେ ଆଉ ୨୨ ବେଲୋଚ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୭୭ ଆତଙ୍କବାଦୀ ନିହତ ହୋଇଥିବା ପାକ୍‌ ସେନାର ଜଣେ ପ୍ରବକ୍ତା ସୂଚନା ଦେଇଛନ୍ତି। ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ୩୦ରୁ ଅଧିକ ପାକ୍‌ ସେନାଧିକାରୀଙ୍କ ମୃତ୍ୟୁ ହୋଇସାରିଛି। ଶୁକ୍ରବାର ରାତିରୁ ବେଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ) ପକ୍ଷରୁ ବେଲୁଚିସ୍ତାନ ପ୍ରଦେଶର ବିଭିନ୍ନ ଜିଲାରେ ସଂଗଠିତ ଆକ୍ରମଣ କରାଯାଇଥିଲା। ପାକିସ୍ତାନର ସରକାରୀ ସଂସ୍ଥାନ, ପୋଲିସ ଏବଂ ସେନା କାର୍ଯ୍ୟାଳୟ ଉପରେ ବହୁ ଆତ୍ମଘାତୀ ଆକ୍ରମଣ ହୋଇ ୨୦ରୁ ଅଧିକ ପାକ୍‌ ଅଧିକାରୀ ପ୍ରାଣ ହରାଇଥିଲା ବେଳେ ୪୫ରୁ ଅଧିକ ଆତଙ୍କବାଦୀଙ୍କୁ ପାକ୍‌ ସେନା ହତ୍ୟା କରିଥିଲା। ଏହାପରେ ବିଭିନ୍ନ ଇଲାକାରେ ସେନା ଖାନତଲାସି କରି ଆତଙ୍କବାଦୀଙ୍କୁ ନିପାତ କରିଚାଲିଛି।

ବିଏଲଏ ଆକ୍ରମଣରେ ବହୁ ମହିଳା ଆତ୍ମଘାତୀ ଆତଙ୍କବାଦୀ ସାମିଲ ହୋଇଥିବା ଜଣାପଡ଼ିଛି। ଏଭଳି ଘଟଣା ପ୍ରଥମ ବୋଲି ଜଣାପଡ଼ିଥିଲା ବେଳେ ଦୁଇ ମହିଳା ଆତ୍ମଘାତୀ ଆତଙ୍କବାଦୀ ପାକ୍‌ ସେନା ଉପରେ ଆକ୍ରମଣ କରିବା ପରେ କିଭଳି ଗୁଳିରେ ନିହତ ହେଉଛନ୍ତି ତାହାର ଭିଡିଓ ଭାଇରାଲ ହୋଇଛି। ଗତ ଶନିବାର ପାକିସ୍ତାନ ସେନା ପୋଷ୍ଟ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଦୁଇ ମହିଳା ଆତ୍ମଘାତୀ ବିଦ୍ରୋହୀ ସାମିଲ ଥିଲେ ବୋଲି ବିଏଲଏ ପକ୍ଷରୁ ସେମାନଙ୍କ ଫଟୋ ଜାରି କରାଯାଇଛି।

 

Latest Posts

Don't Miss