ନନ୍ଦିଘୋଷ ବ୍ୟୁରୋ: ଟାରିଫ ହ୍ରାସ ପରେ ଭାରତ-ଆମେରିକା ମଧ୍ୟରେ ନୂଆ ଡିଲ। ଏଣିକି ରୁଷଠାରୁ ଭାରତ ତୈଳ କିଣିବା ବନ୍ଦ କରିବ ଏବଂ ଆମେରିକାଠାରୁ ତୈଳ କିଣିବ ବୋଲି କହିଛନ୍ତି ହ୍ବାଇଟହାଉସ ପ୍ରେସ ସେକ୍ରେଟାରୀ କାରୋଲିନ ଲିଭିଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ଭାରତ ରୁଷଠାରୁ ତୈଳ କ୍ରୟ ବନ୍ଦ କରିବ ବୋଲି କହିଛନ୍ତି ଲିଭିଟ।
ସେ କହିଛନ୍ତି- ଭାରତ ଏଣିକି ଭେନେଜୁଏଲାଠାରୁ ତୈଳ କ୍ରୟ କରିବ। ଫଳରେ ଆମେରୀକୀୟ ଶ୍ରମିକ ଓ ଶିଳ୍ପ ସମୁଦାୟ ଉପକୃତ ହେବେ। ଏହି ନିଷ୍ପତ୍ତି ଯୋଗୁ ଆମେରିକା ଓ ଭାରତ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ମଜଭୁତ ହେବ ବୋଲି କୁହାଯାଇଛି । ଏହା ସହ ପରିବହନ, ଶକ୍ତି ଓ କୃଷି କ୍ଷେତ୍ରରେ ଭାରତ ୫୦୦ ବିଲିୟନ ଡଲାର ନିବେଶ କରିବ ବୋଲି ସେ ସୂଚନା ଦେଇଛନ୍ତି। ସେପଟେ ଆମେରିକା ଗସ୍ତରେ ଯାଇଥିବା ବୈଦେଶିକ ବ୍ଯାପାର ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ ଓ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି । ଦୁଇ ଦେଶର କୌଶଳଗତ ସହଭାଗିତା ସମ୍ପର୍କରେ ଆଲୋଚନା କରିଛନ୍ତି ଜୟଶଙ୍କର ଓ ରୁବିଓ।

