ଛତିଶଗଡ଼ ବିଜାପୁରରେ ସୁରକ୍ଷା ବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ । ପେଡ୍ଡାଗାଲୁରର ଘନ ଜଙ୍ଗଲରେ ଚାଲିଥିବା ଏହି ଏନକାଉଣ୍ଟରରେ ନକ୍ସଲବାଦୀମାନଙ୍କୁ ଏକ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି। ଏହି ଅପରେସନରେ କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଉଧମ ସିଂହ ନିହତ ହୋଇଛି । ଡିଆରଜି ଏବଂ ସିଆରପିଏଫର ସ୍ୱତନ୍ତ୍ର କୋବ୍ରା ବାଟାଲିୟନ ଏହି ଅଞ୍ଚଳରେ ଏକ ମିଳିତ ନକ୍ସଲ ବିରୋଧୀ ଅପରେସନ୍ କରୁଥିଲେ । ଏହି ସମୟରେ, ନକ୍ସଲବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ । ଯାହା ଫଳରେ ଉଭୟ ପାର୍ଶ୍ୱରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏନକାଉଣ୍ଟର ସ୍ଥଳରୁ ଏକ AK-47 ରାଇଫଲ୍ ଏବଂ ଜଣେ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସମଗ୍ର ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ୍ ଚାଲିଛି । ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି ।

