spot_img

Latest Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା, ମାଲେସିଆରେ ଚାଲିବ ଭାରତର UPI

ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା, ମାଲେସିଆରେ ଚାଲିବ ଭାରତର UPI

ନନ୍ଦିଘୋଷ ବ୍ୟୁରୋ: କ୍ବାଲାଲମ୍ପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଘୋଷଣା । ଶୀଘ୍ର ମାଲେସିଆରେ ଶୀଘ୍ର ଭାରତର UPIରେ ନେଣଦେଣ ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ମାଲେସିଆ ପ୍ରଧାନମନ୍ତ୍ରୀ ଅନଓ୍ବର ଇବ୍ରାହିମଙ୍କ ସହ ଆଜି କ୍ବାଲାଲମ୍ବୁରରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବା ବେଳେ ମୋଦି ଏହି ଘୋଷଣା କରିଛନ୍ତି । ଏହାସହ ନୂଆ କନସ୍ୟୁଲେଟ୍ ଖୋଲିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ଏହା ଭାରତ ଓ ମାଲେସିଆ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ମାଲେସିଆରେ ବିଶ୍ବର ଦ୍ବିତୀୟ ସର୍ବାଧିକ ଭାରତୀୟ ବଂଶୋଦ୍ଭବ ରହୁଛନ୍ତି । ଏମିତି ବହୁତ କିଛି ଅଛି ଯାହା ଭାରତୀୟ ଓ ମାଲେସିଆବାସୀଙ୍କୁ ଯୋଡ଼ି ରଖିଛି ।

ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବେଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନେ ନୁଇ ଦେଶକୁ ଯୋଡ଼ି ରଖିଛନ୍ତି । ଆପଣମାନେ ରୁଟି କୋନାଇକୁ ମାଲାବାର ପରାଟା ସହ ଯୋଡ଼ିଛନ୍ତି । ନଡିଆ ଓ ମସଲାର ସ୍ବାଦ ସେ କ୍ବାଲାଲମ୍ପୁର ହେଉ କି କୋଚି ବହୁତ ଚିହ୍ନା ଚିହ୍ନା ଲାଗୁଛି । ଆମେ ପରସ୍ପରକୁ ବହୁତ ଭଲ ଭାବେ ବୁଝିଥାନ୍ତି । କାରଣ ଆମ ଭାଷାରେ ବହୁତ ସମାନତା ରହିଛି । ମୁଁ ଶୁଣିଛିଳ ମାଲେସିଆରେ ଭାରତୀୟ ସିନେମା ଓ ଗୀତର ଲୋକପ୍ରିୟତା ରହିଛି । ଆପଣମାନେ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ଅନଓ୍ବର ଇବ୍ରାହିମ ବହୁତ ଭଲ ଗୀତ ଗାଇଥାନ୍ତି । ହେଲେ ଭାରତରେ ବହୁତ ଲୋକ ଏହା ଜାଣିନଥିଲେ । ଗତ ଗସ୍ତ ସମୟରେ ସେ ବହୁତ ଖୁସି ଥିଲେ । ଭାରତରେ ତାଙ୍କର ଏକ ପୁରୁଣା ହିନ୍ଦି ଗୀତ ଭାଇରାଲ ହେଉଛି । ଏହା ବି ଭଲ କଥା ତାଙ୍କୁ ଲିଜେଣ୍ଡ୍ରି ଏମଜିଆରଙ୍କ ତାମିଲ ଗୀତ ବହୁତ ପସନ୍ଦ ।

ଭାରତୀୟଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି

ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଜାଣିଛି ଭାରତୀୟଙ୍କ ପାଇଁ ଆପଣଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ରହିଛି । ୨୦୦୧ର ଏକ ଘଟଣା ମୋର ମନେ ଅଛି । ଗୁଜରାଟରେ ଭୂକମ୍ପ ହୋଇଥିଲା । ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ସହାୟତା ପାଇଁ ଆଗେଇ ଆସିଥିଲେ । ଏଥିପାଇଁ ଆପଣମାନଙ୍କୁ ଧନ୍ୟବାଦ ।

ନେତାଜୀଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ଏହାପୂର୍ବରୁ ଭାରତକୁ ସ୍ବାଧୀନତା ଦେବା ପାଇଁ ଆପଣଙ୍କ ହଜାର ହଜାର ପୂର୍ବଜ ଜୀବନ ଦେଇଚନ୍ତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଇଣ୍ଡିଆନ ନ୍ୟାଶନାଲ ଆର୍ମୀରେ ସାମିଲ ହୋଇଥିବା ପ୍ରଥମ ଲୋକ ଆମର ଏହି ପଡୋଶୀ ଥିଲେ । ଆଜିର ଦିନରେ ମୁଁ ମାଲେସିଆରେ ନେତାଜୀ ସର୍ଭିସ ସେଣ୍ଟର ଓ ନେତାଜୀ ଓ୍ବେଲଫେୟାର ଫାଉଣ୍ଡେସନଙ୍କ ପ୍ରୟାସକୁ ସଲାମ କରୁଛି ।

ଆମେ ଏବେ ନିବେଶ ଓ ଟ୍ରେଡ ହବ୍

ପ୍ରଧାନମନ୍ତ୍ରୀ ଆଗକୁ କହିଛନ୍ତି, ଆଗରୁ ଭାରତକୁ ବହୁତ ବଡ଼ ବଜାର ଭାବେ ବିବେଚନା କରାଯାଉଥିଲା । ଏବେ ଆମେ ନିବେଶ ଓ ଟ୍ରେଡ ହବ୍ ପାଲଟି ଗଲୁଣି । ସେ ୟୁକେ ହେଉ କି ୟୁଏଇ, ଅଷ୍ଟ୍ରେଲିଆ ହେଉ କି ନ୍ୟୁଜିଲାଣ୍ଡ, ଓମାନ ହେଉ କି ୟୁଏସଏ ବିକାଶ ପାଇଁ ଭାରତକୁ ଏକ ବିଶ୍ବସ୍ତ ବନ୍ଧୁ ଭାବେ ଦେଖୁଛନ୍ତି । ଏମାନଙ୍କ ସହ ଆଜି ଭାରତର ଟ୍ରେଡ ଡିଲ ହୋଇଛି ।

ପ୍ରତିଶ୍ରୁତି ଦେଇଥିଲି, ଆସିଲି

ଶେଷରେ ସେ କହିଛନ୍ତି, ଗତବର୍ଷ ମୁଁ ASEAN ସମିଟ ସମୟରେ ମାଲେସିଆ ଆସି ପାରି ନଥିଲି । ହେଲେ ମୁଁ ଶୀଘ୍ର ଆସିବି ବୋଲି ମୋର ବନ୍ଧୁଙ୍କୁ ପ୍ରତିଶ୍ରୁତି ଦେଇଥିଲି । ଆଜି ମୁଁ ମୋ ପ୍ରତିଶ୍ରୁତି ରଖି ଆପଣ ମାନଙ୍କ ପାଖରେ ପହଞ୍ଚିଛି ।

Latest Posts

Don't Miss