spot_img

Latest Posts

ରାୟଗଡ଼ା ଜିଲ୍ଲା ମାଓବାଦୀମୁକ୍ତ: ଘୋଷଣା କରିଛନ୍ତି ଏଡିଜି ସଂଜୀବ ପଣ୍ତା

ରାୟଗଡ଼ା ଜିଲ୍ଲା ମାଓବାଦୀମୁକ୍ତ। ଆଜିଠାରୁ ଏହି ଜିଲ୍ଲାରୁ ନକ୍ସଲମୁକ୍ତ ଘୋଷଣା କରିଛନ୍ତି ଏଡିଜି ସଂଜୀବ ପଣ୍ତା। ଲାଲ ହିଂସାରୁ ରାୟଗଡ଼ା ଜିଲ୍ଲା ମୁକ୍ତ ହେଲା ବୋଲି ସେ କହିଛନ୍ତି। ଏହା ଆଗରୁ କୋରାପୁଟ ଜିଲ୍ଲାକୁ ମଧ୍ୟ ପୋଲିସ ନକ୍ସଲମୁକ୍ତ ବୋଲି ଘୋଷଣା କରିଥିଲା। ଆଜି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ୧୫ ଦୁର୍ଦ୍ଦାନ୍ତ ନକ୍ସଲ। ସେମାନଙ୍କ ମଧ୍ୟରେ ଅଛନ୍ତି, ବାସଧାରା ଘୁମୁସର ନାଗାବଳି ଡିଭିଜନର ଦୁଇ ହାଡକୋର ମାଓବାଦୀ ନିଖିଳ ଓ ଇନ୍ଦୁ। ଏହି ଦୁଇ ମାଓ ଦମ୍ପତିଙ୍କ ନାଁରେ କୋଟିଏ ଦଶ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସେମାନେ କହିଛନ୍ତି ଆଗକୁ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ। ପୋଲିସକୁ ସେମାନେ ହସ୍ତାନ୍ତର କରିଛନ୍ତି ୨ଟି AK47 ରାଇଫଲ, ଏସଏଲଆର୍ ୫ଟି, ଷ୍ଟେନଗନ୍ ଗୋଟିଏ, ଇନସାସ୍ ରାଇଫଲ ଗୋଟିଏ ଓ ବହୁ ଅଫୁଟା ଗୁଳି।

Latest Posts

Don't Miss