ନନ୍ଦଘୋଷ ବ୍ୟୁରୋ : ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟର୍ମରଙ୍କ ଚିଫ ଅଫ ଷ୍ଟାଫ ମୋର୍ଗାନ ମାକସୁଇନଙ୍କ ଇସ୍ତଫା। ଆମେରକା ଲାଗି ବ୍ରିଟେନର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରିବା ଲାଗି ପିଟର ମାଣ୍ଡେଲସନଙ୍କ ନା ସୁପାରିସ କରିବା ତାଙ୍କ ପାଇଁ ପଡିଲା ମହଙ୍ଗା। ଆମେରିକାର ବହୁଚର୍ଚ୍ଚିତ ଜେଫେରୀ ଏପଷ୍ଟିନଙ୍କ ସହ ସମ୍ପର୍କ ଥିବା ସତ୍ତ୍ବେ ମାଣ୍ଡେଲସନଙ୍କ ନାଁ ସୁପାରିସ କରିବା କାରଣରୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି।
ଗତ ଜାନୁଆରୀ ୩୦ରେ ଆମେରିକା ନ୍ୟାୟ ବିଭାଗ ପକ୍ଷରୁ ପ୍ରକାଶିତ ଏପଷ୍ଟିନ ଫାଇଲରେ ମାଣ୍ଡେଲସନଙ୍କ ସହ ଏପଷ୍ଟିନଙ୍କ ସମ୍ପର୍କ ଥିବା ଜଣାପଡ଼ିଥିଲା। ଏହି ଘଟଣାକୁ ନେଇ ଲେବର ପାର୍ଟି ସରକାରରେ ବାଦ ବିବାଦ ଜୋର ଧରିଥିଲା। ମାଣ୍ଡେଲସନଙ୍କ ନାଁ ସୁପାରିସ କରି ସେ ଭୁଲ୍ କରିଛନ୍ତି ଏବଂ ଏହି ଭୁଲ୍ ଲାଗି ସେ ନିଜେ ଦାୟୀ ବୋଲି କହିଛନ୍ତି ମାକସୁଇନ। ମାଣ୍ଡେଲସନଙ୍କ ନାଁ ପ୍ରସ୍ତାବ ଦିଆଯିବା ପରେ ଦଳରେ ଏକ ରକମ ବିଦ୍ରୋହ ସୃଷ୍ଟି ହୋଇଥିଲା। ସେପଟେ ଏପଷ୍ଟିନଙ୍କ ସହ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ସହ ସମ୍ପର୍କ ରହିଛି ବୋଲି ଚାଲିଥିବା ଚର୍ଚ୍ଚାକୁ ଦଲାଇଲାମାଙ୍କ ଅଫିସ ପକ୍ଷରୁ ଖଣ୍ଡନ କରାଯାଇଛି। ଏପଷ୍ଟିନଙ୍କୁ ଦଲାଇଲାମା କେବେ ବି ସାକ୍ଷାତ କରିନାହାନ୍ତି ବୋଲି କୁହାଯାଇଛି।

