ନନ୍ଦିଘୋଷ ବ୍ୟୁରୋ : ପ୍ରେମ ସପ୍ତାହରେ ପ୍ରେମିକଙ୍କ ନାରକୀୟ କାଣ୍ଡ । ପ୍ରପୋଜ ଡେ ରେ କିଲର ସାଜିଲା ପ୍ରେମିକା । ତ୍ରିକୋଣୀୟ ପ୍ରେମରୁ ରାଜଧାନୀରେ ଗଡ଼ିଲା ମୁଣ୍ଡ, ପଡିଲା ରକ୍ତର ଛିଟା । ସତ୍ୟବ୍ରତ ପ୍ରଧାନଙ୍କୁ ୪ ଜଣ ହତ୍ୟା କରିଥିବା ସନ୍ଦେହ । ସେପଟେ ଶିଶୁଭବନ ଦୁର୍ଘଟଣା ସହ ମର୍ଡର କେସ ଲିଙ୍କ ।
ରିଲ୍ ରେ ନାୟିକା, ରିୟଲରେ ଖଳନାୟିକା । ପ୍ରପୋଜ ଡେ’ ରେ ପ୍ରେମିକା ଖେଳିଲା ରକ୍ତର ହୋଲି । ତଣ୍ଟି କାଟିବା ପରେ ଟ୍ରାଇଙ୍ଗୁଲାର ଲଭ୍ ଷ୍ଟୋରୀର ଦି ଏଣ୍ଡ । କ୍ରାଇମ ସ୍ପଟରୁ କାର୍ ଫେରାର ବେଳେ ଶିଶୁଭବନ ଛକରେ ଦୁର୍ଘଟଣା । ଇଏ ହେଉଛନ୍ତି ମୃତକ ସତ୍ୟବ୍ରତ ପ୍ରଧାନ । ଘର ବ୍ରହ୍ମଗିରିର ହାସିନାପୁର । ପେଶାରେ ଡ୍ରାଇଭର । ଲିଜା ନାମ୍ନୀ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଲିଜା ଏକ ପାର୍ଲରରେ କାମ କରୁଥିଲେ । କିନ୍ତୁ ଲିଜା ସତ୍ୟବ୍ରତଙ୍କ ସହ ପ୍ରେମର ନାଟକ କରୁଥିବା ବେଳେ ପ୍ରକୃତରେ ଭଲ ପାଉଥିଲା ଦିନେଶ ନାମକ ଆଉ ଜଣେ ଯୁବକକୁ । ଏ କଥା ବୋଧ ହୁଏ ସତ୍ୟବ୍ରତ ଆଭାସ ପାଇସାରିଥିଲା । ତେଣୁ ଭାଲେଣ୍ଟାଇନ୍ସ ସପ୍ତାହରେ ଏସବୁର ରଫାଦଫା ପାଇଁ ନିଳାଦ୍ରୀ ବିହାର ସେକ୍ଟର ୨ରେ ଲିଜା ରହୁଥିବା ଭଡ଼ା ଘରେ ପହଞ୍ଚି ଥିଲା ସତ୍ୟବ୍ରତ। ପୂର୍ବ ପ୍ରସ୍ତୁତି ମୁତାବକ ଭଡାଘରେ ଉପସ୍ଥିତ ଥିଲେ ଲିଜା, ଦିନେଶ ଓ ୪ ସହଯୋଗୀ । ଉଭୟ ପକ୍ଷ ଭିତରେ କିଛି ସମୟର ଯୁକ୍ତିତର୍କ ପରେ ସତ୍ୟବ୍ରତଙ୍କ ତଣ୍ଟି କାଟି ଦେଇଥିଲା ଅଭିଯୁକ୍ତ । ରକ୍ତାକ୍ତ ଅବସ୍ଥାରେ କ୍ୟାପିଟାଲରେ ଭର୍ତ୍ତି ପରେ ବଡ଼ି ଭୋରରୁ ତାଙ୍କର ମୃତ୍ୟୁ ଘଟିଛି ।
ମୃତ ସତ୍ୟବ୍ରତ ଟ୍ୟାକ୍ସି ଡ୍ରାଇଭର ଭାବେ କାମ କରୁଥିଲେ । ସତ୍ୟବ୍ରତ ଚଳାଉଥିବା ଗାଡିର ମାଲିକ ହତ୍ୟାକାଣ୍ଡ ସମ୍ପର୍କରେ ଆଜି ଭୋରରୁ ଜାଣିବାକୁ ପାଇଥିଲେ । ଡବଲ ଚାବି ସାହାଯ୍ୟରେ ଆଉ ଜଣେ ଡ୍ରାଇଭରଙ୍କୁ ଧରି ଗାଡି ନେଇ ଯାଉଥିବା ବେଳେ ଶିଶୁଭବନ ଛକରେ ହୋଇଥିଲା ଦୁର୍ଘଟଣା । କ୍ୟାପିଟାଲ ଥାନା ପୋଲିସ ଏହି ଘଟଣାରେ ସଂପୃକ୍ତ ଡ୍ରାଇଭରକୁ ଅଟକ ରଖିଥିବା ବେଳେ ଗାଡି ମାଲିକଙ୍କୁ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ଭାବେ ଗ୍ରହଣ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ସେପଟେ ରାତି ସାଢ଼େ ୪ ଟାରେ ମର୍ଡର ମିଷ୍ଟ୍ରିର ମାଷ୍ଟରମାଇଣ୍ଡ ଲିଜା ଇନଷ୍ଟାଗ୍ରାମରେ ନିଜ ଷ୍ଟାଟସ ଅପଡେଟ କରିଛି । ପରିବାର ଲୋକଙ୍କୁ ମଧ୍ୟ ଫୋନ ଯୋଗେ ବିଭ୍ରାନ୍ତ କରୁଥିବା ରେକର୍ଡ଼ିଂ ମଧ୍ୟ ପୋଲିସର ଟେକ୍ନିକାଲ ଟିମ ହାତରେ ଲାଗିଛି । ଘର ମାଲିକଙ୍କ କହିବା ମୁତାବକ ଅଭିଯୁକ୍ତ ଦିନେଶ ଓ ଲିଜା ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ଦୀର୍ଘ ୮ ମାସ ହେଲା ଘର ଭଡ଼ା ନେଇ ରହୁଥିଲେ । ହେଲେ ଘରେ ଘରେ ଏଭଳି କାଣ୍ଡ ଚାଲୁଥିବା ନେଇ ସେ ଆଦୌ ଜାଣିନଥିଲେ । ପ୍ରେମ ପାଇଁ ବାଜିରେ ଲାଗୁଛି ଜୀବନ । ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ତେଣୁ ଏ ପୁରା ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ସ୍ପେଶାଲ ଟିମ ।

