ନନ୍ଦିଘୋଷ ବ୍ୟୁରୋ : ପୁଣି ମୈଦାନକୁ ଓଲ୍ହାଇବେ ସୁର । ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ସଂକେତ ଦେଇଛନ୍ତି । କଂଗ୍ରେସ ଟିକେଟରୁ ଜଟଣୀରୁ ସେ ଲଢିବେ ବୋଲି କହିଥିବାବେଳେ ଲୋକ ଚାହିଁଲେ ଲଢ଼ିବି ବୋଲି କହିଛନ୍ତି । ମୁଁ ଛାଡି ଦେଇଥିଲି ବୋଲି ଏଥର କଂଗ୍ରେସ ଜଟଣୀରେ ହାରିଲା । ୨୦୨୯ରେ ଏଥର ଜଟଣୀରେ କଂଗ୍ରେସ ଆସିବ । ଲୋକଙ୍କ ସହ ଆମେ ମିଶୁଛୁ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଛି । ଆମ ପାଖରେ ଶକ୍ତି, ସଂଗଠନ, ପଇସା ଅଛି । ତେଣୁ ଲଢ଼ିବୁ ଆଉ ଜିତିବୁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ସୁର ।

