ଟି-୨୦ ବିଶ୍ବକପ: ଆଉ କିଛି ସମୟ ପରେ ଭାରତ ନାମିବ୍ୟା ଟକ୍କର
ନନ୍ଦିଘୋଷ ବ୍ୟୁରୋ: ଆଜି ଟି-୨୦ ବିଶ୍ବକପ୍ ଗ୍ରୁପ ଏ ମ୍ୟାଚରେ ଭାରତ-ନାମିବ୍ୟା ମୁକାବିଲା । ଭାରତୀୟ ସମୟ ୭ଟାରେ ଆରମ୍ଭ ହେବ ମ୍ୟାଚ୍ । ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଏହି ମ୍ୟାଚ ହେବାକୁ ଥିବାବେଳେ ଏହାକୁ ଉପଭୋଗ କରିବେ ହଜାର ହଜାର ଦର୍ଶକ ।
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ, ଭାରତ ଏହାର ପ୍ରଥମ ମ୍ୟାଚ୍ରେ ଆମେରିକା ବିପକ୍ଷରେ ୨୯ ରନର କଠିନ ବିଜୟ ହାସଲ କରିଥିଲା । ଅଭିଷେକ ଶର୍ମା ପେଟ ଇନଫେକସନ ପାଇଁ ହୁଏତ ଏହି ମ୍ୟାଚ ଖେଳି ନପାରନ୍ତି । ଯଦି ସେ ପ୍ଲେଇଂ ଇଲେଭେନରେ ସ୍ଥାନ ନପାନ୍ତି ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିବ । ସେହିପରି ଜସପ୍ରିତ ବୁମ୍ରା ବି ପ୍ଲେଇଂ ଇଲେଭେନକୁ ଫେରିବା ସମ୍ଭାବନା ରହିଛି ।
ସେପଟେ ନାମିବ୍ୟା ଦଳ ଗେରହାର୍ଡ ଇରାସମସଙ୍କ ଅଧିନାୟକତ୍ୱରେ, ସେମାନଙ୍କର ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ନେଦରଲ୍ୟାଣ୍ଡସଠାରୁ ୭ ୱିକେଟରେ ପରାସ୍ତ ହୋଇଛି । ଡିଫେଣ୍ଡିଂ ଚାମ୍ପିଅନକୁ ଚ୍ୟାଲେଞ୍ଜ ଦେବାକୁ ନାମିବ୍ୟା ପାଖରେ ଜେଜେ ସ୍ମିଟ୍ ଏବଂ ଜାନ୍ ଫ୍ରାଇଲିଙ୍କ୍ ଭଳି ଖେଳାଳି ରହିଛନ୍ତି ।

