spot_img

Latest Posts

ମାଗଣା ବଣ୍ଟନକୁ ସୁପ୍ରିମ କୋର୍ଟଙ୍କ କଡ଼ା ଭର୍ତ୍ସନା

ମାଗଣା ବଣ୍ଟନକୁ ସୁପ୍ରିମ କୋର୍ଟଙ୍କ କଡ଼ା ଭର୍ତ୍ସନା। ଏହି ଦାୟିତ୍ବହୀନତାକୁ ନେଇ ବର୍ଷିଛନ୍ତି ସୁପ୍ରିମକୋର୍ଟ। ମାଗଣା ବଣ୍ଟନ ଯୋଗୁ ସାଧାରଣ ଅର୍ଥନୀତି ବିପର୍ଯ୍ୟସ୍ତ ହେଉଛି ବୋଲି କୋର୍ଟ ଦର୍ଶାଇବା ସହ ଏହି ସବୁ ନିଷ୍ପତ୍ତିର ସମୟ ଓ ରାଜସ୍ବ ଯଥାର୍ଥତାକୁ ପ୍ରଶ୍ନ କରିଛନ୍ତି କୋର୍ଟ। ବିଦ୍ୟୁତ ସବସିଡି ପ୍ରସଙ୍ଗରେ ଏକ ମାମଲାର ଶୁଣାଣି କରି ଏହି ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ଅଦାଲତ। ଶେଷ ମୁହୂର୍ତ୍ତରେ ମାଗଣା ବିଦ୍ୟୁତ ଯୋଜନା ଘୋଷଣା କରିଥିବାରୁ ତାମିଲନାଡୁ ସରକାରଙ୍କ ଉପରେ ବର୍ଷିଛନ୍ତି କୋର୍ଟ। କୋର୍ଟ ଦର୍ଶାଇଥିଲେ ଯେ ତାମିଲନାଡୁ ସରକାର ଶେଷ ମୂହୂର୍ତ୍ତରେ ଏପରି ପଦକ୍ଷେପ ନେବାରୁ ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡ଼ିକ ଶୁଳ୍କ ଏବଂ ବଜେଟ୍ ହିସାବକୁ ସଜାଡ଼ିବାକୁ ବାଧ୍ୟ ହୋଇଥିଲେ। ବହୁ ରାଜ୍ୟ ବର୍ତ୍ତମାନ ନିଅଣ୍ଟିଆ ରାଜସ୍ବ ସମସ୍ୟାରେ ପଡିଛନ୍ତି। ଏହି ଅବସ୍ଥା ସତ୍ତ୍ବେ ରାଜ୍ୟ ସରକାରମାନେ କିପରି ବିପୁଳ ସବସିଡି ପ୍ରତିଶ୍ରୁତି ପ୍ରଦାନ କରୁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଯଥାର୍ଥ ରାଜସ୍ବ ସଂକ୍ରାନ୍ତ ପ୍ଲାନିଂ ନ କରି ରାଜ୍ୟ ସରକାରମାନେ ଯେପରି ମାଗଣା ବଣ୍ଟନ କରୁଛନ୍ତି ତାହା ଯୋଗୁ ଦେଶର ଅର୍ଥନୈତିକ ବିକାଶ ବାଧାପ୍ରାପ୍ତ ହେଉଛି ବୋଲି କୋର୍ଟ କହିଛନ୍ତି।

ନିର୍ବାଚନ ଆସିବା ପୂର୍ବରୁ ବହୁ ରାଜ୍ୟର ସରକାର ତୁରନ୍ତ ବିଭିନ୍ନ କଲ୍ୟାଣକାରୀ ଯୋଜନା ଘୋଷଣା କରୁଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି। କୋର୍ଟ ପ୍ରଶ୍ନ କରିଛନ୍ତି- ଯଦି ମାଗଣା ଟଙ୍କା, ବିଦ୍ୟୁତ, ବିଭିନ୍ନ ସୁବିଧା ପ୍ରଦାନ କରାଯାଏ ତେବେ ଏବାବଦ ବ୍ୟୟଭାର କିଏ ବହନ କରିବ। ଏହି ଭାର କରଦାତାଙ୍କ ଉପରେ ହିଁ ପଡିବ ବୋଲି କୋର୍ଟ କହିଛନ୍ତି। ତାମିଲନାଡୁ ବିଦ୍ୟୁତ ବଣ୍ଟନ କମ୍ପାନୀ ପକ୍ଷରୁ ଦାୟର ଏକ ପିଟିସନର ଶୁଣାଣି କରି ଏହା କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ।

Latest Posts

Don't Miss