spot_img

Latest Posts

ସପିଂ ମଲରେ ଯୁବତୀଙ୍କୁ ହତ୍ୟା ! ମ୍ୟାନେଜରଙ୍କ ସହ ପ୍ରେମ ସମ୍ପର୍କ ଅଭିଯୋଗ

ସପିଂ ମଲରେ ଯୁବତୀଙ୍କୁ ହତ୍ୟା ! ମ୍ୟାନେଜରଙ୍କ ସହ ପ୍ରେମ ସମ୍ପର୍କ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ସପିଂ ମଲରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ । ହତ୍ୟାକାଣ୍ଡ ପଛରେ ସପିଂ ମହଲର ମ୍ୟାନେଜରଙ୍କ ପ୍ରେମ ସମ୍ପର୍କ ଥିବା ଅଭିଯୋଗ । ବାସୁଦେବପୁର ଥାନାର ଲିଖିତ ଅଭିଯୋଗ କଲେ ମୃତ ଯୁବତୀଙ୍କ ବାପା ।

୩୧ ତାରିଖ ମଲ ବନ୍ଦ ଥିବାରୁ କିଛି ଯୁବତୀ ଓ ପତ୍ନୀଙ୍କୁ ଧରି ମ୍ୟାନେଜର ବାଲେଶ୍ଵର ରେମୁଣା, ଚାନ୍ଦିପୁର ଅଞ୍ଚଳ ବୁଲିବାକୁ ଯାଇଥିଲେ । ପିକନିକରେ ଯାଇଥିଲେ ସଂପୃକ୍ତ ଯୁବତୀ । ତେବେ ପିକନିକରୁ ବିଳମ୍ବିତ ରାତ୍ରିରେ ଫେରିବା ପରେ ଘରେ ନଛାଡି ମହଲ ଆଗରେ ଛାଡିଦେଇ ଥିଲେ । ଯୁବତୀ ଅସୁସ୍ଥ ଅନୁଭବ କରିବା ସହ ଅଧା ବାଟରେ ପଡିଯାଇଥିଲେ । ଅସୁସ୍ଥ ଯୁବତୀଙ୍କୁ ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଏକ ଘରୋଇ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଛି ।

ଝିଅକୁ ସ୍ଲୋ ପଏଜନ୍ ଦେଇ ମାରି ଦିଆଯାଇଛି ବୋଲି ମୃତ ଯୁବକଙ୍କ ବାପା ଥାନାର ଅଭିଯୋଗ କରିଛନ୍ତି । ବାସୁଦେବପୁର ଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରି ମ୍ୟାନେଜର ରାହୁଲ୍ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା କରୁଛନ୍ତି । ଅନ୍ୟପକ୍ଷେ ଯୁବତୀଙ୍କ ହତ୍ଯା ଅଭିଯୋଗକୁ ମ୍ୟାନେଜରଙ୍କ ପତ୍ନୀ ଖଣ୍ଡନ କରିଛନ୍ତି ।

Latest Posts

Don't Miss