ବଜେଟକୁ ନବୀନଙ୍କ କଟାକ୍ଷ: କହିଲେ- ରୋଷେଇ ଘର ନାହିଁ, ମେନୁ ମାଳ ମାଳ
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ରାଜ୍ୟବାସୀଙ୍କୁ ରଙ୍ଗୀନ ସ୍ବପ୍ନ ଦେଖାଯାଇଛି । ତେବେ ବଜେଟକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟାକ୍ଷ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବଜେଟ ଉପସ୍ଥାପନ ପରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ନବୀନ କହିଛନ୍ତି, ରୋଷେଇ ଘର ନାହିଁ, ହେଲେ ଖାଦ୍ୟ ମେନୁ ମାଳ ମାଳ ।

