ଭୁବନେଶ୍ବର : ଧଉଳି ଅଞ୍ଚଳର ଲିଙ୍ଗିପୁରରେ ଥିବା ଏକ ସୁପରମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ। ତୃତୀୟ ମହଲାରେ ଗତ ରାତିରୁ ନିଆଁ ଲାଗିଛି ଯେ ଏଯାଏ ଲିଭି ନାହିଁ। ରାତି ସାରା ଅଗ୍ନିଶମ ବାହିନୀ ଲାଗିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇପାରିନାହିଁ। ଜଳିପୋଡି ପାଉଁଶ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ। ସୁପର ମାର୍କେଟର ତୃତୀୟ ମହଲାରେ ଅଧିକ ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ନିଆଁ ସହଜରେ ଲିଭୁନଥିବା କୁହାଯାଉଛି। ୬ଟି ଅଗ୍ନିଶମ ବାହିନୀ ଗାଡ଼ି ନିଆଁ ଲିଭାରେ ନିୟୋଜିତ ଅଛନ୍ତି। ଏବେ ବି ହୁତୁ ହୁତୁ ହୋଇ ଜଳୁଛି। ବାହାରକୁ ବି ଦିଶୁଛି ନିଆଁ ଓ ଧୂଆଁ। କଳ୍ପନା ଛକରୁ ଲିଙ୍ଗିପୁର ଛକ ଯାଏ ଟ୍ରାଫିକ ଜାମ ଦେଖିବାକୁ ମିଳିଛି।

