ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ମଦନୀତି ମାମଲା । ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କୁ ଆଶ୍ବସ୍ତି । ମାମଲାରେ ଉଭୟଙ୍କୁ ଦୋଷମୁକ୍ତ କଲେ ଦିଲ୍ଲୀ ହାଇକୋର୍ଟ । ସ୍ବେଶାଲ ଜଜ ଜଷ୍ଟିସ ଜୀତନ୍ଦ୍ର ସିଂ ଉଭୟଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ଏହାସହ ମାମଲାରେ ଜଡ଼ିତ ସମସ୍ତ ୨୩ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି ହାଇକୋର୍ଟ । ଏହାସହ ୨୦୨୦ ନିର୍ବାଚନ ମାମଲାର ଶୁଣାଣି ପାଇଁ ମନା କଲେ ହାଇକୋର୍ଟ । ମୁଖ୍ୟ ନ୍ୟାୟାଧିଶ ଜଷ୍ଟିସ ଡି.କେ ଉପାଧ୍ୟାୟ ଓ ଜଷ୍ଟିସେ ତଜସ କାରିଆଙ୍କ ଖଣ୍ଡପୀଠ ଏହାକୁ ଉଚ୍ଚନ୍ୟାୟାଳୟର ଶୁଣାଣି ଯୋଗ୍ୟ ନଥିବା ଦର୍ଶାଇ ସୁପ୍ରମକୋର୍ଟକୁ ଯିବାକୁ ପରାମର୍ଶ ଦେଇଛନ୍ତି । ଦିଲ୍ଲୀ ମଦନୀତି ମାମଲାରେ ଗତ ଅଗଷ୍ଟ ୯ ତାରିଖରେ ସିସୋଦିଆଙ୍କୁ ମିଳିଥିଲା ଜାମିନ । ନିଜ ଆବେଦନରେ ସିସୋଦିଆ କହିଛନ୍ତି ଜାମିନ ମିଳିବା ପରଠାରୁ ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ୬୦ ଥର ହାଜର ହେବା ସହ ବିଚାର ପ୍ରକ୍ରିୟାର ସମସ୍ତ ୧୮ଟି ଯାକ ତାରିଖରେ ହାଜର ହୋଇଛନ୍ତି । ଦିଲ୍ଲୀ ମଦନୀତି ମାମଲାରେ ଗତ ୨୦୨୩ ଫେବ୍ରୁଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ସେପଟେ ଏହି ରାୟ ପରେ ସତ୍ଯର ବିଜୟ ହୋଇଥିବା କହିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।

