ଇସ୍ରାଏଲ-ଇରାନ ଯୁଦ୍ଧ: ଭାରତର ୫ ଘନିଷ୍ଠ ବନ୍ଧୁ ରାଷ୍ଟ୍ର କାହାକୁ କରିବେ ସମର୍ଥନ ?
ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଇରାନକୁ ଆକ୍ରମଣ କରିବାର ଧମକ ଦେବା ଭିତରେ ଆଜି ଶନିବାର ଇସ୍ରାଏ ସହ ମିଶି ଆକ୍ରମଣ କରିଦେଇଛନ୍ତି । ଇସ୍ରାଏଲ ଇରାନ ଉପରେ ଏୟାରଷ୍ଟ୍ରାଇକ କରିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଇରାନର ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି । ପାଲଟା ଜବାବରେ ଇରାନ ବି ମିଜାଇଲ ମାଡ଼ କରିଛି । ଯଦି ଏହା ଶୀଘ୍ର ଶେଷ ନହୁଏ ତେବେ ବଡ଼ ରୂପ ନେବାର ଆଶଙ୍କା ରହିଛି । ଏହି ଯୁଦ୍ଧ ଯୋଗୁଁ ମିଡିଲ ଇଷ୍ଟେଟ ବ୍ୟତୀତ ପୂରା ଦୁନିଆ ଉପରେ ପ୍ରଭାବ ଦେଖିବାକୁ ମିଳୁଛି । ତେବେ ଏହି ଘଟଣାକୁ ନେଇ ଭାରତ ନିଜ ମତ ସ୍ପଷ୍ଟ କରିସାରିଛି । ଏବେ ନଜର ରହିଛି ଭାରତର ସେହି ୫ ଘନିଷ୍ଠ ବନ୍ଧୁ ରାଷ୍ଟ୍ରଙ୍କ ଉପରେ । ଯେଉଁମାନେ ଏହି ଯୁଦ୍ଧରେ କାହାକୁ ସମର୍ଥନ ଦେବେ ।
ଭାରତର ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଇରାନ-ଇସ୍ରାଏଲ ଯୁଦ୍ଧରେ ଭାରତର ପକ୍ଷ ନିରପେକ୍ଷ ରଖିଛନ୍ତି । ସେ କହିଛନ୍ତି, ଦୁଇ ଦେଶକୁ ନେଇ କିଛଇ କହି ହେବନି । ଭାରତର ଘନିଷ୍ଠ ବନ୍ଧୁଙ୍କ ମଧ୍ୟରେ ଋଷ, ସାଉଦି ଆରବ, ଆମେରିକା, ଫ୍ରାନ୍ସ ଓ କତର ରହିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ବନ୍ଧୁ ରାଷ୍ଟ୍ରଙ୍କ ମଧ୍ୟରେ ସାଉଦି ଓ କତର ମୁସଲିମ ରାଷ୍ଟ୍ର ହୋଇଥିବା ବେଳେ ଋଷ ଓ ଆମେରିକା ପରସ୍ପରର ପରମ ଶତ୍ରୁ । ଏବେ ଆସନ୍ତୁ ଜାଣିବା, ଯଦି ଯୁଦ୍ଧ ଆଗକୁ ବଢ଼ିଲା ତେବେ ଭାରତ ନଜରରେ ଯୁଦ୍ଧର ସମୀକରଣ କ’ଣ ହେବ ।
ଆମେରିକା
ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକା ଖୋଲାଖୋଲି ଭାବେ ଇସ୍ରାଏଲ ସମର୍ଥନରେ ଆସିଛି । ଏପରିକି ଆଜିର ଆକ୍ରମଣରେ ଇସ୍ରାଏଲ ସହ ମିଶି କରିଛି । ଇରାନ ଉପରେ ଆକ୍ରମଣ କରିଥିଲେ ବି ଏହି ଦେଶ ଉପରେ ସମ୍ପୂର୍ଣ୍ଣ ଭାବେ ଶକ୍ତ ଆଭିମୁଖ୍ୟ ଦେଖାଉନାହିଁ । କାରଣ ଟ୍ରମ୍ପ ଇରାନ ସହ ନ୍ୟୁକ୍ଲିୟ ଚୁକ୍ତି ପାଇଁ ଆଲୋଚନା କରୁଛନ୍ତି ଓ ୭ ରାଉଣ୍ଡ ଆଲୋଚନା ହୋଇସାରିଛି । ୧୫ ଜୁନରେ ଅଷ୍ଟମ ରାଉଣ୍ଡ ଆଲୋଚନା ଓମାନରେ ହେବା ଥିବା ବେଳେ ଅଧାରେ ଅଟକିଛି । ହେଲେ ଆମେରିକା ଇରାନକୁ କହି ସାରିଛି, ଏବେ ବି ସେ ଆଲୋଚନା ଟେବୁଲକୁ ଆସିପାରେ ।
ସାଉଦି ଆରବ
ଏହି ଆକ୍ରମଣ ପରେ ସାଉଦି ଆରବ ଇରାନ ସପକ୍ଷରେ ବାହାରିଛି । ତେବେ ଖୋଲାଖୋଲି ଇସ୍ରାଏଲକୁ ବିରୋଧ ନକରି ଧର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛି । ଏମିତିରେ ଯଦି ଯୁଦ୍ଧ ଆଗକୁ ବଢ଼ିଲା ତେବେ ଦେଖିବାକୁ ବାକି ରହିଲା ସାଉଦି ଇରାନ ସମର୍ଥନରେ ବାହାରିବ କି ନାହିଁ । କାରଣ ଇରାନ-ଇସ୍ରାଏ ପ୍ରସଙ୍ଗରେ ସବୁବେଳେ ସାଉଦିର ପକ୍ଷ ନିରପେକ୍ଷ ରହି ଆସିଛି । ସାଉଦି ତରଫରୁ ସବୁବେଳେ ଦୁଇ ଦେଶଙ୍କୁ ଧର୍ଯ୍ୟ ରଖିବାକୁ ପରାମର୍ଶ ଦିଆଯାଇଛି ।
ଋଷ
ଭାରତର ସବୁଠାରୁ ଘନିଷ୍ଠ ବନ୍ଧୁ ଋଷର ପକ୍ଷକୁ ନେଇ ବି ଚର୍ଚ୍ଚା ଲାଗି ରହିଛି । ଋଷ ବର୍ତ୍ତମାନ ଇରାନକୁ ଶାନ୍ତ ରହିବାକୁ ପରାମର୍ଶ ଦେଉଛି । ପୁଟିନ ସରକାର ଏହି ଘଟଣାରେ ଶାକ୍ତି ବୁଝାମଣା କରିବାକୁ ଚାହୁଁଛି । ହେଲେ ଆମେରିକା ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲ ସହ ଛିଡ଼ା ହୋଇଥିବାରୁ କୁହାଯାଉଛି ଋଷ ଇରାନ ସମର୍ଥନରେ ଆଗକୁ ଆସିବ ।
ଫ୍ରାନ୍ସ
ବର୍ତ୍ତମାନର ଅଶାନ୍ତି ପାଇଁ ଫ୍ରାନ୍ସ ଦୁଇ ଦେଶ ଇରାନ ଓ ଇସ୍ରାଏଲକୁ ଦୋଷ ଦେଉଛି । ତେବେ ଇସ୍ରାଏଲ ପ୍ରତି ଫ୍ରାନ୍ସର ସହାନୁଭୂତି ରହିଛି । ଫ୍ରାନ୍ସ ସରକାର ଇରାନକୁ ପରାମର୍ଶ ଦେଇ କହିଛନ୍ତି, ତୁରନ୍ତ ଆମେରିକା ସହ ଆଲୋଚନା କରି ସମସ୍ୟାର ସମାଧାନ କର । ଏପଟେ ଇସ୍ରାଏ ଉପରେ ଆକ୍ରମଣ ପରେ ଇରାନ ଫ୍ରାନ୍ସକୁ ବି ଚେତାବନୀ ଦେଇଛି । ଏମିତିରେ ଆଶଙ୍କା କରାଯାଉଛି ଯଦି ଦୁଇ ଦେଶ ଫୁଲ୍ ଫେଜ ଯୁଦ୍ଧକୁ ଓହ୍ଲାଇଲେ ତେବେ ଫ୍ରାନ୍ସ ଇସ୍ରାଏଲ ସହ ଛିଡ଼ା ହେବ ।
କତର
ଇସ୍ରାଏଲକୁ ଏହି ଅଶାନ୍ତିର କାରଣ ମାନୁଛି ମୁସଲିମ ଦେଶ କତର । ଦେବେ ନିଜକୁ ଶାନ୍ତି ପକ୍ଷରେ ରଖିବାକୁ କତର ଚାହୁଁଛି । ଏଥିପାଇଁ ଚେଷ୍ଟା ବି କରୁଛି । ଯଦି ଯୁଦ୍ଧ ଆଗକୁ ବଢ଼ିଲା, ଦେଖିବାକୁ ବାକି ରହିଲା କତର ଇରାନକୁ ସମର୍ଥନ କରିବ ନା ନିଜ ବନ୍ଧୁ ରାଷ୍ଟ୍ର ଭାରତ ଓ ସାଉଦି ଭଳି ନିରପେକ୍ଷ ରହିବ ।

