ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଆସନ୍ତା ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଗଣତିମଣତି। ଚୈତ୍ର ଶୁକ୍ଳପକ୍ଷ ସପ୍ତମୀ ତିଥିରେ ହେବ ଗଣତିମଣତି। ଶନିବାର ଓ ରବିବାର ହେବନାହିଁ ଗଣତିମଣତି। ଏନେଇ ପରିଚାଳନା କମିଟି ବୈଠକରେ ନିଆଯାଇଛି ନିଷ୍ପତ୍ତି। ନୀତିବହୁଳ ଦିନଗୁଡ଼ିକରେ ବି ହେବନାହିଁ ଗଣତିମଣତି। ସରକାରଙ୍କ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ଏହି ପ୍ରକ୍ରିୟା ଚାଲିବ ।
ମାର୍ଚ୍ଚ ୨୫ ଦିନ ୧୨.୧୨ରୁ ୧.୪୫ ମଧ୍ୟରେ ଆରମ୍ଭ ହେବ ଗଣତିମଣତି । ତିନିଟି ପର୍ଯ୍ୟାୟରେ ଅଳଙ୍କାର ଗଣତିମଣତି କରାଯିବ।ପ୍ରଥମେ ଚଳନ୍ତି ଭଣ୍ଡାର, ପରେ ବାହାର ଓ ଶେଷରେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି କରାଯିବ। ଗଣତି ମଣତି ସମୟରେ ଭକ୍ତ ଓ ଶ୍ରଦ୍ଧାଳୁ ବାହାର କାଠରୁ ଦର୍ଶନ କରିବେ।

