ନନ୍ଦିଘୋଷ ବ୍ୟୁରୋ : ଆଜି ଦୋଳପୂର୍ଣ୍ଣିମା ସହ ଚନ୍ଦ୍ରଗ୍ରହଣ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତି କାନ୍ତି । ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ । ସେହି ସମୟରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହେବ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ରହିବ। ହାଣ୍ଡି ଛାଡ଼ ପୂର୍ବରୁ ଗୃହସ୍ଥ ମାନେ ନିଜ ଘରେ ପୂଜାବିଧି ଓ ପାକ ନୀତି ଶେଷ କରିବା ସହ ସନ୍ଧ୍ୟା ୬ ଟା ୪୭ ମିନିଟ ଗ୍ରହଣ ସର୍ବମୋକ୍ଷ ପରେ ସ୍ନାନ କରିବେ। ସର୍ବ ମୋକ୍ଷ ପରେ ପୂଜା ପାଠ ଆରମ୍ଭ ସହ ପାକ ନୀତି କରିପାରିବେ ।
ପ୍ରାୟ ୫୭ ମିନିଟ ପାଇଁ ଗ୍ରହଣ ଦର୍ଶନର ସୌଭାଗ୍ୟ ପ୍ରାପ୍ତି ହେଉଥିବା ବେଳେ ମେଷ, ବୃଷ ମିଥୁନ, ତୁଳା, କର୍କଟ ଓ ମୀନ ରାଶି ପାଇଁ ଗ୍ରହଣ ଦର୍ଶନ ଶୁଭ ଅଟେ । ସେହିପରି ସିଂହ, କନ୍ୟା, ଧନୁ, ବିଛା, ମକର ଓ କୁମ୍ଭ ପାଇଁ ଅଶୁଭ ରହିଥିବା ମତ ପ୍ରକାଶ କରିଛନ୍ତି ପଣ୍ଡିତ ବର୍ଗ । ଦୋଳ ପୁର୍ଣିମା ଦିନ ଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ଅନେକ ନୀତି କାନ୍ତିକୁ ନଜରରେ ରଖି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ।

