ଥାଡ଼ ଓ ରଡାର ସିଷ୍ଟମକୁ ନେଇ ଆମେରିକାର ଅଭିମାନକୁ ୪ ଦିନରେ ସମାଧି ଦେଇ ଦେଲା ଇରାନ
ନନ୍ଦିଘୋଷ ବ୍ୟୁରୋ: ଆମେରିକା ଓ ଇରାନ ମଧ୍ୟରେ ୨୮ ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଉଭୟ ପକ୍ଷରୁ ପ୍ରଭୂତ କ୍ଷତି ଘଟିଛି । ହେଲେ ପ୍ରାରମ୍ଭିକ ଦିନରେ ଇରାନ ଆକ୍ରମଣରେ ବିଶେଷ କରି ଆମେରିକା ରକ୍ଷା ଡାଞ୍ଚାକୁ ବଡ଼ ଝଟକା ଦେଇଛି । ଯୁଦ୍ଧର ପ୍ରଥମ ୪ ଦିନରେ ଇରାନ ଆମେରିକାର ପ୍ରାୟ ୧୬ ହଜାର କୋଟି ଟଙ୍କାର ରଡାର ଓ ରକ୍ଷା ସିଷ୍ଟଇମକୁ କ୍ଷତିଗ୍ରସ୍ତ କରିଛି କିମ୍ବା ନଷ୍ଟ କରି ଦେଇଛି । ଏଥିରେ ଅତ୍ୟାଧୁନିକ ଥାଡ଼ ଡିଫଷନ୍ସ ସିଷ୍ଟମ, ସବୁଠାରୁ ମହଙ୍ଗା ରଡାର ସିଷ୍ଟମ ଓ ମିଲିଟାରୀ କନେକ୍ଟଭିଟି ସିଷ୍ଟମ ରହିଛି ।
ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ । ଏହାପରେ ଇରାନ ପାଲଟା ଆକ୍ରମଣରେ ମିଡିଲ ଇଷ୍ଟରେ ଥିବା ଆମେରିକା ସୈନ୍ୟ ଠିକଣାକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଥିଲା । ଇରାନର ବାଲେଷ୍ଟିକ ମିଜାଇଲ ସାଉଦୀ ଆରବରୁ ନେଇ ୟୁଏଇ, ଜୋର୍ଡାନ, କତର, ବହରିନ, ଇରାକ, କୁଏତ ଆଦି ଦେଶରେ ବିଧ୍ବଂସ ମଚାଇଛି । ଯାହା ୨୦୦୩ ପରେ ମିଡିଲ ଇଷ୍ଟରେ ଆମେରିକାର ସବୁଠାରୁ ବଡ଼ ସୈନ୍ୟ ମୁତୟନ ଭିତରେ ବଡ଼ ଆକ୍ରମଣ କୁହାଯାଉଛି ।
ଆମେରିକାର ସବୁଠାରୁ ମହଙ୍ଗା ରଡାର ସିଷ୍ଟମକୁ ଟାର୍ଗେଟ
ଇରାନ ଆକ୍ରମଣରେ କତରର ଅଲ ଉଦିଦ ଏୟାରବେସରେ ମୁତୟନ ଆମେରିକାର ରଡାର ସିଷ୍ଟମ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ମୁତୟନ AN/FPS-123 ନାମକ ଏକ ଅତ୍ୟାଧୁନିକ ରଡାର ମିଜାଇଲ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି । ଏହି ରଡାର ପ୍ରାୟ ୧.୧ ଅରବ ଡଲାର ଅର୍ଥାତ ୧୦ ହଜାର କୋଟି ଟଙ୍କା ବୋଲି କୁହାଯାଉଛି । ଏହା ଲମ୍ବା ଦୂରରୁ ଆସୁଥିବା ବିପଦକୁ ଚିହ୍ନଟ କରିବା କାମ କରିଥାଏ । ସହଜ ଭାଷାରେ ଏହା ଏମିତି ଏକ ରଡାର ଯାହା ହଜାରେ କିଲୋମିଟର ଦୂରରୁ ଆସୁଥିବା ମିଜାଇଲକୁ ଟ୍ରାକ୍ କରି ଏହାର ଖବର ସେନାକୁ ଦେଇଥାଏ । କତର ସରକାର ଓ ସାଟେଲାଇଟ ଫଟୋର ଏହି ସିଷ୍ଟମକୁ ଇରାନ ନଷ୍ଟ କରି ଦେଇଥିବା ସ୍ପଷ୍ଟ ହୋଇଛି ।
ଥାଡ଼ ସିଷ୍ଟମର ରଡାର ଧ୍ବଂସ
ଇରାନ ଆମେରିକାର ଥାଡ଼ ମିଜାଇଲ ଡିଫଷନ୍ସ ସିଷ୍ଟମକୁ ବି ଟାର୍ଗେଟ କରିଛି । ଏହି ସିଷ୍ଟମ ବାଲେଷ୍ଟିକ ମିଜାଇଲକୁ ଆକାଶରେ ନଷ୍ଟ କରିବାକୁ ସକ୍ଷମ । ଥାଡ଼ ସିଷ୍ଟମର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଂଶ ହେଲା ଏହାର AN/TPY-2 ରଡାର । ଯାହା ଶ୍ରତୁରାଷ୍ଟ୍ରର ମିଜାଇଲକୁ ଟ୍ରାକ କରିଥାଏ । ରିପୋର୍ଟ ଅନୁସାରେ ଇରାନ ଏମିତି ଦୁଇଟି ସିଷ୍ଟମକୁ ନଷ୍ଟ କରିଦେଇଛି । ଆମେରିକା ଏହି ସିଷ୍ଟମକୁ ସାଉଦୀ, ୟୁଏଇ, ଜୋର୍ଡାନ, କତର ଭଳି ଦେଶରେ ମୁତୟନ କରିଛି । ଇରାନ ଏହି ଡିଫଷନ୍ସ ସିଷ୍ଟମରୁ ଗୋଟଇଏ ୟୁଏଇରେ ନଷ୍ଟ କରିଦେଇଛି ଯାହାର ମୂଲ୍ୟ ୫୦୦ ମିଲିୟନ ଡଲାର ବୋଲି କୁହାଯାଉଛି । ସେହିପରି ଜୋର୍ଡାନରେ ମୁତୟନ ଦ୍ବିତୀୟ ସିଷ୍ଟମକୁ ବି ଇରାନ ନଷ୍ଟ କରିଦେଇଛି । ଯାହାର ମୂଲ୍ୟ ୩୦୦ ମିଲିୟନ ଡଲାର ।
କୁଏତରେ ଆମେରିକା ଫାଇଟର ଜେଟ ନଷ୍ଟ
କୁଏତରେ ବି ଆମେରିକାକୁ ପ୍ରବଳ କ୍ଷତି ସହିବାକୁ ପଡୁଛି । ଏଠାରେ ୩ଟି F-15E ଷ୍ଟାଇକ ଇଗଲ ଲଡାକୁ ବିମାନ ନଷ୍ଟ ହୋଇଯାଇଛି । ଏହି ସବୁ ଜେଟର ମୂଲ୍ୟ ପ୍ରାୟ ୨୮୨ ମିଲିୟନ ଡଲାର କୁହାଯାଉଛି । ରିପୋର୍ଟ ଅନୁସାରେ, ଏହି ଆକ୍ରମଣ ଇରାନ ଆକ୍ରମଣ ନୁହେଁ ବରଂ ଭୁଲରେ ନିଜ ଏୟାର ଡିଫଷନ୍ସ ସିଷ୍ଟମର ଫାୟରିଂରୁ ହୋଇଥିବା କୁହାଯାଉଛି ।
କମ୍ୟୁନିକେସନ ସିଷ୍ଟମକୁ ଟାର୍ଗେଟ
ବହରିନରେ ଥିବା ଆମେରିକା ନୌସେନାର ୫ମ ଫ୍ଲିଟ ମୁଖ୍ୟାଳୟକୁ ବି ଇରାନ ଟାର୍ଗେଟ କରିଛି । ଏଠାରେ ଥିବା ଦୁଇଟି ସାଟେଲାଇଟ କମ୍ୟୁନିକେସନ ଟର୍ମିନାଲକୁ ଇରାନ ନଷ୍ଟ କରିଦେଇଛି । ଏହାର ମୂଲ୍ୟ ୨୦ ମିଲିୟନ ଡଲାର ବୋଲି କୁହାଯାଉଛି ।
ଏୟାରବେସ ଓ ସୈନ୍ୟ ଠିକଣା ଉପରେ ଆକ୍ରମଣ
ଇରାନ ଆକ୍ରମଣରେ ଆମେରିକାର ଏକାଧିକ ସୈନ୍ୟ ଠିକଣା କ୍ଷତିଗ୍ରସ୍ତ ହୋଇଛି । କୁଏତର ଅଲି ଅଲ ସଲେମ ଏୟାରବେସ ଓ କେମ୍ପ ବୁହରିଙ୍ଗରେ ଏକାଧିକ କୋଠା ଧ୍ବଂସ ହୋଇଛି । ଇରାକର ଏର୍ବିଏ ଏୟାରବେସରେ ୪ଟି କୋଠା କ୍ଷତିଗ୍ରସ୍ତ ହୋଇଛି । ସେହିପରି ୟୁଏଇର ଜେବେଲ ଅଲି ପୋର୍ଟ ଅଞ୍ଚଳରେ ବି ଧୂଆଁ ଓ ନିଆଁ ଦେଖିବାକୁ ମିଳିଛି । ଯୁଦ୍ଧାର ପ୍ରଥମ ସପ୍ତାହରେ ଆମେରିକାର ବହୁ ଯବାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳୁଛି । କୁଏତର କେମ୍ପ ଆରିଫଜାନ ସୈନ୍ୟ ଆଡ୍ଡା ଉପରେ ହୋଇଥିବା ଆକ୍ରମଣରେ ଆମେରିକାର ୬ ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ମିଜାଇଲ ଓ ଡ୍ରୋନ ଆକ୍ରମଣରେ ଏକାଧିକ ଯବାନ ଆହତ ହୋଇଛନ୍ତି ।
ଆମେରିକା ଡିଫେନ୍ସ ଉପରେ ପ୍ରଭାବ
କୁହାଯାଉଛି ଇରାନର ଏହି ଆକ୍ରମଣ ଡିଫେନ୍ସ ସିଷ୍ଟମକୁ ନେଇ ଆମେରିକା ପିଟୁଥିବା ଡିଣ୍ଡିମକୁ ପଦାରେ ପକାଇ ଦେଇଛି । ବିଶେଷ କରି ଥାଡ଼ ରଡାର ସିଷ୍ଟମ । କୁହାଯାଉଛି, ଆମେରିକା ପାଖରେ ଏମିତି ସିଷ୍ଟମ ମାତ୍ର ୯ଟି ରହିଛି । ଏମିତି ସ୍ଥିତିରେ ଏଥିରୁ ଗୋଟିଏ ନଷ୍ଟ ହୋଇଯିବା ବଡ଼ ରଣନୈତିକ ସମସ୍ୟା ବୋଲି କୁହାଯାଉଛି । ଏହି ସିଷ୍ଟମ ନଷ୍ଟ ହେବା ଦ୍ବାରା ଇରାନ ଆକ୍ରମଣର ସଠିକ ସୂଚନା ଆମେରିକା ପାଇବ ନାହିଁ କି ଏହାକୁ ଅଟକାଇ ପାରିବ ନାହିଁ । ଏମିତି ସ୍ଥିତିରେ ଇରାନର ବାଲେଷ୍ଟିକ ମିଜାଇଲ ସିଧା ଟାର୍ଗେଟକୁ ହିଟ କରି ଆମେରିକାର ନିଦ ହଜାଇ ଦେବ ।

