spot_img

Latest Posts

ଘରୁ ଡାକି ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା ; ଚରମ୍ପା ଗୁଣ୍ଠୁଣିଆ ବଜାରରେ ଘଟିଛି ହତ୍ୟାକାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ଘରୁ ଡାକି ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା। ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ଗୁଣ୍ଠୁଣିଆ  ବଜାରରେ ଘଟିଛି ହତ୍ୟାକାଣ୍ଡ।  କୁମାର ସ୍ୱାମୀ ଗତକାଲି ରାତିରେ ଘରେ ପରିବାର ସହ କ୍ରିକେଟ ମ୍ୟାଚ ଦେଖି ସାରି ବିଜୟ ଉତ୍ସବ ମନାଉଥିବା ବେଳେ ରାତି ପ୍ରାୟ ସାଢେ ଏଗାରଟାରେ ଏକ ଫୋନ ଆସିଥିଲା। ଏନେଇ କୁମାର ଘରୁ ବାହାରି ଯାଇଥିଲେ। ପରେ ଗୁଣ୍ଠୁଣିଆ ବଜାରରେ ପୂର୍ବ ରୁ ପ୍ରସ୍ତୁତ ଥିବା ଚାରି ଜଣ ଅସାମାଜିକ ଯୁବକ ଆସି କୁମାର ସ୍ୱାମୀଙ୍କୁ ଧକ୍କା ମାରି କାଳୀ ମନ୍ଦିର ନିକଟକୁ ନେଇ ଛୁରା ମାଡ଼ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।  କୁମାର ସ୍ୱାମୀଙ୍କ ପେଟ, ଛାତି ଜଙ୍ଘ ସହ ଅନେକ ସ୍ଥାନକୁ ସଙ୍ଘ ବଦ୍ଧ ହୋଇ ଛୁରା ମାଡ଼ କରାଯାଇଥିବା ଦେଖିବାକୁ ମିଳିଛି। କୁମାର ମୁର୍ମୁଷ ହୋଇ ତଳେ ପଡି ଯିବାରୁ ଆକ୍ରମଣକାରି ମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ଗୁରୁତର କୁମାରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭଦ୍ରକ ଟାଉନ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଛାନ ଭିନ ଆରମ୍ଭ କରିଛି। ଅନ୍ୟପଟେ ଆକ୍ରମଣକାରୀ ମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ଥିବା ସହ ସେମାନେ ଜେଲ କାଟିଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଚରମ୍ପା ଓ ଏହାର ଆଖପାଖ ଅଂଚଳରେ ବଢିଚାଲିଥିବା ଡ୍ରଗ୍ସ କାରବାରକୁ ହତ୍ୟାର ମୁଖ୍ୟ କାରଣ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Latest Posts

Don't Miss