spot_img

Latest Posts

‘ଲୋପିନାଭିର ଓ ରିଟୋନାଭିର ଦ୍ୱାରା ହୋଇପାରିବ କରୋନା ସଂକ୍ରମିତଙ୍କ ଚିକିତ୍ସା’

କରୋନା ସଂକ୍ରମିତଙ୍କ ଚିକିତ୍ସାକୁ ନେଇ ଖୁସି ଖବର । HIV ଔଷଧରେ ହୋଇପାରିବ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା । ଭାରତର ଡାକ୍ତରୀ ବିଶେଷଜ୍ଞମାନଙ୍କ କହିବାନୁଯାୟୀ କରୋନା ଜୀବାଣୁ (କୋଭିଡ -19) ଟୀକା ପ୍ରସ୍ତୁତ କରିବାକୁ ବର୍ଷେରୁ ଦେଢ଼ ବର୍ଷ ସମୟ ଲାଗୁଥିବା ବେଳେ ଏଚ.ଆଇ.ଭି.ର ଚିକିତ୍ସାରେ ବ୍ୟବହୃତ ଲୋପିନାଭିର ଏବଂ ରିଟୋନାଭିର ଦ୍ୱାରା କରୋନାକୁ ପ୍ରତିହତ କରାଯାଇପାରିବ ।

ରୋଗୀଙ୍କ ଚିକିତ୍ସା ଦିଗରେ ଏହା ପ୍ରମାଣିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଉଭୟ ଔଷଧ ଉତ୍ପାଦନ ବୃଦ୍ଧି କରିବାକୁ ଔଷଧ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ସହିତ ଏକ ଦୀର୍ଘ ବୈଠକ କରିଥିଲା। ଏଥିରେ ବିଶେଷଜ୍ଞ କମିଟି ସିପଲା, ମିଲାନ, ଅରୋବିନ୍ଦୋ ଏବଂ ଅନ୍ୟାନ୍ୟ କମ୍ପାନୀମାନଙ୍କୁ ଏଚ୍‌ଆଇଭି ବିରୋଧୀ ଔଷଧ ଷ୍ଟକ୍ ବୃଦ୍ଧି କରିବାକୁ କହିଛନ୍ତି।

ଲୋପିନାଭିର ଏବଂ ରିଟୋନାଭିର ଆଣ୍ଟି-ରିଟ୍ରୋଭାଇରାଲ୍ ଔଷଧ | ଏହା HIVକୁ ସୁସ୍ଥ କୋଷରେ ପ୍ରବେଶ କରିବାରେ ରୋକିଥାଏ | ଭାରତ ବର୍ତ୍ତମାନ ଆଫ୍ରିକୀୟ ଦେଶକୁ ଏହି ଔଷଧ ରପ୍ତାନୀ କରୁଛି।

ମନ୍ତ୍ରଣାଳୟର ଅଧିକାରୀମାନେ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ କମ୍ପାନୀମାନଙ୍କୁ ଉଭୟ ଔଷଧର ଉତ୍ପାଦନ ବୃଦ୍ଧି କରିବାକୁ କୁହାଯାଇଛି। ତେବେ ରପ୍ତାନୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଇଟାଲୀରୁ ଭାରତ ଆସିଥିବା ଏକ ଦମ୍ପତିଙ୍କ ଚିକିତ୍ସା ପାଇଁ ଲୋପିନାଭିର ଏବଂ ରିଟୋନାଭିର ମିଶ୍ରଣ ବ୍ୟବହୃତ ହୋଇଥିଲା |

ଏହି ଦମ୍ପତି ଜୟପୁରରେ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ରିସର୍ଚ୍ଚରଙ୍କ କହିବାନୁଯାୟୀ ଉଭୟ ଔଷଧ ଦମ୍ପତିଙ୍କ ସହମତିରେ ଦିଆଯାଇଥିଲା। ଏହାର ପ୍ରଭାବ ଭଲ ଥିଲା | ୧୪ ଦିନ ପରେ ସେମାନେ ବର୍ତ୍ତମାନ ପ୍ରାୟ ସୁସ୍ଥ ଅଛନ୍ତି |

ପାନଡେମିକ୍ କଣ ? କିଏ ଗୋଟିଏ ରୋଗକୁ ପାନଡେମିକ୍ ବୋଲି ଘୋଷଣା କରେ ?

Latest Posts

Don't Miss