spot_img

Latest Posts

ନିଲମ୍ବନ ପରେ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ : ନିଲମ୍ବନ ପରେ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ଦୁଷ୍ଟି ଆକର୍ଷଣ କଲା କଂଗ୍ରେସ l କଂଗ୍ରେସ ବିଧାୟକ ଦଳ ନେତାଙ୍କ ସହ ପିସିସି ସଭାପତି ଭକ୍ତ ଚରଣ ଦାସ ବାଚସ୍ପତିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି l ଦଳୀୟ ଶୁଙ୍ଖଳାକୁ ଅବମାନନା କରି ସାନଖେମୁଣ୍ଡି ବିଧାୟକ ରମେଶ ଜେନା କ୍ରସ ଭୋଟିଂ କରିଥିଲେ l ଏହାପରେ ରମେଶ ଜେନାଙ୍କୁ ନିଲମ୍ବନ କରୁଥିଲା କଂଗ୍ରେସ l ଏହାପରେ ଦଳ ପକ୍ଷରୁ ରମେଶ ଜେନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା l ଶନିବାର ସଂଧ୍ୟା ସୁଦ୍ଧା କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସେନେଇ ଉତ୍ତର ଦେବାକୁ କୁହାଯାଇଥିଲା l ହେଲେ ରମେଶ କାରଣ ଦର୍ଶାଅ ନୋଟିସର ଉତ୍ତର ଦେଲେ ନାହିଁ  l ତେଣୁ କଂଗ୍ରେସ ଆଜି ବାଚସ୍ପତିକୁ ରମେଶ ଜେନାଙ୍କ ସଭ୍ୟପଦ ରଦ୍ଧ କରିବାକୁ ଚିଠି ଲେଖି ଅବଗତ କରିଛି l

Latest Posts

Don't Miss