spot_img

Latest Posts

ଶୁଣିଲାନି ପ୍ରଶାସନ ; ପାଣି ପାଇଁ ରାସ୍ତାରେ ଗରା ବାଲଟି ଥୋଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନନ୍ଦିଘୋଷ ବ୍ୟୁରୋ : ଶୁଣିଲାନି ପ୍ରଶାସନ । ପାଣି ପାଇଁ ରାସ୍ତାରେ ଗରା ବାଲଟି ଥୋଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ବାଙ୍କୀ , ଆଠଗଡ଼ କଟକ ଯାତାୟତ ସମ୍ପୂର୍ଣ୍ଣ ଠପ । ଅଟକି ରହିଛି ସହ ସହ ଗାଡ଼ି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ପାଟପୁର ଗ୍ରାମରେ । ସୂଚନା ଅନୁଯାୟୀ ପାଟପୁର ଗ୍ରାମରେ ଦିର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଦେଖା ଦେଇଥିବା ବେଳେ ଏନେଇ ସ୍ତାନୀୟ ପ୍ରଶାସନକୁ ଗୁହାରୀ କରିଥିଲେ । ବର୍ତ୍ତମାନ ଖରା ବଢ଼ିଥିବାରୁ ପାଣି ଅଭାବ ହୋଇଛି । ହେଲେ ଏନେଇ ପ୍ରଶାସନିକ ଅଧିକାରୀ କୌଣସି କର୍ଣ୍ଣପାତ ନକରିବାରୁ ଆଜି ପାଟପୁର ଗ୍ରାମର ଶତାଧିକ ଗ୍ରାମବାସି ରାସ୍ତାରେ ଗରା, ବାଲଟି ରଖି ବାଙ୍କୀ କଟକ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ତେବେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିବାରୁ ଅଟକି ରହିଛି ସହ ସହ ଯାନବାହନ । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ବୁଝା ସୁଝା କରିଛି ।

Latest Posts

Don't Miss