ନନ୍ଦିଘୋଷ ବ୍ୟୁରୋ : ପୁଣି ବିମାନବନ୍ଦରରୁ ଠାବ ହେଲା ଦାମୀ ଗଞ୍ଜେଇ । ବ୍ୟାଙ୍କକ୍ ରୁ ଭୁବନେଶ୍ୱର ଆସୁଥିବା ବେଳେ ଠାବ ହେଲା ଦାମୀ ନିଶା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ବୋଲି ଜଣାପଡିଛି । ଗଞ୍ଜେଇ ଆଣି ଆସୁଥିବା ୨ ଜଣଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ଡିଆରଆଇ କାବୁ କରିବା ପରେ କଷ୍ଟମ ବିଭାଗ କୁ ହସ୍ତାନ୍ତର କରିଛି । ୨ ଅଟକ ଯୁବକଙ୍କ ଘର ତାମିଲନାଡୁ ବୋଲି ଜଣାପଡିଛି । ତେବେ ଭୁବନେଶ୍ୱରରେ କାହା ପାଖକୁ ଆସୁଥିଲା ଏହି ନିଶାଦ୍ରବ୍ୟ, ତାକୁ ନେଇ ଚାଲିଛି ଖୋଳତାଡ଼ । ଜବତ ହାଇଡ୍ରଫୋନିକ ଗଞ୍ଜେଇର ଓଜନ ପ୍ରାୟ ୬ କେଜି ହେବ ।

