ନନ୍ଦିଘୋଷ ବ୍ୟୁରୋ : ପାରାଦ୍ଵୀପ ରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୧ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ । ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୦ ରୁ ଉର୍ଦ୍ଧ୍ବ ବିଭାଗ। ଗଭୀର ସମୁଦ୍ର ରେ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ,ମତ୍ସ୍ଯ ବିଭାଗ ଓ କୂଳରେ ମେରାଇନ ପୋଲିସ ସହିତ ଅନ୍ୟ ବିଭାଗ ଗୁଡିକ ପଇଁତରା ମାରିବା ସହ ସ୍ଥଳଭାଗରେ ଉପକୂଳକୁ ସୁରକ୍ଷା ଯୋଗାଉଛନ୍ତି। ଏହି ୧୦ରୁ ଉର୍ଦ୍ଧ୍ବ ବିଭାଗକୁ ଦୁଇଟି ବିଭାଗ ରେ ବିଭକ୍ତ କରାଯାଇଛି। ରେଡ ଟିମ ଆତଙ୍କବାଦୀଙ୍କ ବେଶରେ ଜଳପଥ ରୁ ଆସି ସ୍ଥଳପଥ ରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ । ବ୍ଲୁ ଟିମ ସ୍ଥଳଭାଗ ରେ ପ୍ରତିରୋଧ କରିବା ସହିତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବେ । ଜଳପଥ ସମେତ ସ୍ଥଳ ପଥରେ ଏହି ସମରାଭ୍ୟାସ ଆରମ୍ଭ ହୋଇଯାଇଛି।

