spot_img

Latest Posts

ଯୁଦ୍ଧର ଅବସାନ ନେଇ ପ୍ରଶ୍ନବାଚୀ ; ଶାନ୍ତି ପ୍ରତିଷ୍ଠା ଲାଗି ଟ୍ରମ୍ପଙ୍କ ୧୫ ସୂତ୍ରୀ ପ୍ରସ୍ତାବକୁ ମାନିଲାନି ଇରାନ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମ ଏସିଆରେ ଯୁଦ୍ଧର ଅବସାନ ନେଇ ଅଚଳାବସ୍ଥା ଜାରି। ଶାନ୍ତି ପ୍ରତିଷ୍ଠା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ୧୫ ସୂତ୍ରୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଚି। ତେବେ ଏହି ପ୍ରସ୍ତାବ ଉପରେ ଶୀର୍ଷ ନେତୃତ୍ବ ଚିନ୍ତା କରୁଛନ୍ତି ବୋଲି ସେ କହିଛନ୍ତି। ଇରାନରେ ଶାସନ ପରିବର୍ତ୍ତନ ଓ ବିଜୟ ନେଇ ଟ୍ରମ୍ପ ଯେଉଁ ବାହାଦୂରୀ ମାରୁଛନ୍ତି ତାହାର କୌଣସି ଭିତ୍ତି ନାହିଁ ବୋଲି ସେ କହିଛନ୍ତି। ଇରାନ ସ୍ଥାୟୀ ସମାଧାନ ଚାହେଁ, ଦୀର୍ଘକାଳୀନ ଯୁଦ୍ଧ ଚାହେଁନାହିଁ। ଯୁଦ୍ଧର ଅନ୍ତ ଘଟିବା ଲାଗି ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ଇରାନ ପାଳନ କରିବ ନାହିଁ ବୋଲି ଆରାଗାଚି କହିଛନ୍ତି। ସେପଟେ ଆମେରିକାର ଏକ ଏଫ-୧୮ ଲଢୁଆ ବିମାନକୁ ଇରାନ ଟାର୍ଗେଟ କରିଛି ବୋଲି କହିଛି ଆଇଆରଜିସି। ସେପଟେ ଭାରତର ଏଲପିଜି ସଙ୍କଟ ଟାଳିବାକୁ ସହଯୋଗର ହାତ ବଢାଇଛି ଆର୍ଜେଣ୍ଟିନା। ପ୍ରାୟ ୨୦ ହଜାର କିଲୋମିଟର ଦୂରରେ ଥିବା ଆର୍ଜେଣ୍ଟିନା ଭାରତକୁ ଅଧିକ ଏଲପିଜି ସହାୟତା ଦେବ ବୋଲି କହିଛି। ଚଳିତ ବର୍ଷ ଭାରତକୁ ଆର୍ଜେଣ୍ଟିନା ୫୦ ହଜାର ଟନ ଏଲପିଜି ଦେଇଥିବାବେଳେ ଗତବର୍ଷ ଦେଇଥିଲା ୨୨ ହଜାର ଟନ। ଯୁଦ୍ଧ ପରେ ପ୍ରାୟ ୩୯ ହଜାର ଟନ ଏଲପିଜି ଆର୍ଜେଣ୍ଟିନା ଭାରତକୁ ଦେଲାଣି। ବଡ଼କଥା ହେଉଛି ୨୦୨୪ ପୂର୍ବରୁ ଭାରତକୁ ଆର୍ଜେଣ୍ଟିନା ଏଲପିଜି ଦେଉ ନଥିଲା। ଗତ ମାର୍ଚ୍ଚ ୫ ତାରିଖରେ ଆର୍ଜେଣ୍ଟିନା ଅତିରିକ୍ତ ୧୧ ହଜାର ଟନ ଏଲପିଜି ପଠାଇଥିଲା। ଯୁଦ୍ଧର ଅବସାନ ଲାଗି ଉଭୟ ଚୀନ ଓ ପାକିସ୍ତାନ ଆଗ୍ରହ ପ୍ରକାଶ କରିଥିଲେ ବି ଏନେଇ ବିଶେଷ ଅଗ୍ରଗତ ହୋଇପାରିନାହିଁ।  ସେପଟେ ଇରାନର ଇସଫାହନରେ ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

Latest Posts

Don't Miss