spot_img

Latest Posts

ଗୋଲାରା ଗାଁରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ; ଘରେ ପଶି ହାଣିଲେ ଆଲମିରା ଭାଙ୍ଗି ଲୁଟିନେଲେ

ନନ୍ଦିଘୋଷ ବ୍ୟୁରୋ : ପୁରୀ ଗଡିଶାଗୋଦା ଥାନା ଗୋଲାରା ଗାଁରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଘରେ ପଶି ହାଣିଲେ । ଆଲମିରା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଗୋଲାରା ଗାଁର ବଡ଼ଜେନାଙ୍କ ଘରୁ ହୋଇଛି ଚୋରି । ଗତକାଲି ରାତ୍ର ପ୍ରାୟ ୧୧ଟା ସମୟରେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବଡ଼ଜେନାଙ୍କ ଘରେ ପଶିଥିଲେ । ଘରେ ଥିବା ମହିଳାଙ୍କୁ ମାଡ଼ ମାରି ଛୁରୀରେ ହାତ କାଟିଦେଇ ଘରୁ ସୁନା ଗହଣା ଲୁଟିନେଇଛନ୍ତି । ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

Latest Posts

Don't Miss