ନନ୍ଦିଘୋଷ ବ୍ୟୁରୋ : ରୁକୁଣା ରଥଯାତ୍ରାରେ ଅଘଟଣ। ରଶି ବାନ୍ଧିବା ବେଳେ ରଥ ମଝିରୁ ଖସିପଡ଼ିଲେ ଭୋଇ ସେବାୟତ। ସେବାୟତଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି। ରୁକୁଣା ରଥର ଚାରମାଳ ବାନ୍ଧିବା ସମୟରେ ଦୁର୍ଘଟଣା ଘଟିଛି। ରଥ ମଝିରୁ ତଳକୁ ପଡିଗଲେ ଭୋଇ ସେବାୟତ। ମୁଣ୍ଡରେ ଆଘାତ ଲାଗିବା ସହ ସାମାନ୍ୟ ଆହତ ହୋଇଛନ୍ତି ଭୋଇ ସେବାୟତ ଜଟିଆ ଭୋଇ। ସେବାୟତଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଛି। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିଛନ୍ତି । କିପରି ଘଟିଲା ଅଘଟଣ ? କେଉଁ ପରିସ୍ଥିତିରେ ରଥରୁ ଖସି ପଡ଼ିଲେ ସେବାୟତ ସେହି ଘଟଣାର ଅନୁସନ୍ଧାନ ଚାଲିଛି ।

