ନନ୍ଦିଘୋଷ ବ୍ୟୁରୋ : ଓଲଟିଲା ଟୁରିଷ୍ଟ ବସ୍ । ୫ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ । ଖୋର୍ଦ୍ଧା ବଲାଙ୍ଗିର 57ନମ୍ୱର ଜାତୀୟ ରାଜପଥର ଟାକେରା ନିକଟ ପିଠାଖାଇ ଘାଟି ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ସୂଚନାଅନୁସାରେ ବ୍ରହ୍ମପୁର ଅଞ୍ଚଳର ପାଖାପାଖି ୫୦ଜଣ ତ୍ରିର୍ଥଯାତ୍ରା ଅନୀଲ ନାମକ ଏକ ଘରୋଇ ବସରେ ୩ ଦିନିଆ ଓଡିଶାର ବିଭିନ୍ନ ତ୍ରିର୍ଥ ସ୍ଥାନ ବୁଲିବା ପାଇ ବାହାରିଥିଲେ। ପ୍ରଥମ ଦିନରେ ବ୍ରହ୍ମପୁରରୁ ବାହାରି ସମ୍ବଲପୁରୀ ଏବଂ ବଲାଙ୍ଗୀରର ହରିଶଙ୍କର ଯାଉଥିଲେ।ରାସ୍ତାରେ ଯିବା ସମୟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା। ଖବର ପାଇ ଦଶପଲ୍ଲା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପଂହଁଚି ବସରେ ଥିବା ଆହାତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଥିମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭରର ବେପରୁଆ ଗାଡିଚାଳନା କିମ୍ବା ମଦ୍ୟପାନ କରି ବସ ଟି ଦୁର୍ଘଟଣା ଘଟାଇ ଥିବା ଅନୁମାନ କରାଯାଉଛି। ଘଟଣାର ଅଧିକ ତଦନ୍ତ କରୁଛି ଦଶପଲ୍ଲା ଥାନା ପୋଲିସ ।

