spot_img

Latest Posts

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ ; କେପି ଓଲିଙ୍କୁ ଗିରଫ କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ : ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମା ଗିରଫ। ଗତ ରାତିରେ ତାଙ୍କୁ ଗିରଫ କରାଯାଇଛି। ପ୍ରଥମେ ଭକ୍ତପୁର ଗୁଣ୍ଡୁରେ ଥିବା ବାସଭବନରୁ ତାଙ୍କୁ ଉଠାଇ ନେଇଥିଲା ପୋଲିସ । ତା ପରେ ବିଧିବଦ୍ଧ ଭାବେ ଗିରଫ କରାଯାଇଛି। ଜେନ୍ ଜି ଆନ୍ଦୋଳନ ବେଳେ ତାଙ୍କ ସରକାର ଯେଉଁ ଦମନଲୀଳା କରିଥିଲେ ତାହା ନରସଂହାର କରି ଏହି ଆକ୍ସନ ନେଇଛି ପୋଲିସ। ଏହା ସହିତ ନେପାଳର ପୂର୍ବତନ ଗୃହ ମନ୍ତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଜେନ୍ ଜି ଆନ୍ଦୋଳନ ବେଳେ ନରସଂହାର ଲାଗି ଏହି ଦୁଇ ଜଣଙ୍କୁ ଦାୟୀ କରିଛନ୍ତି ନୂଆ ସରକାର ଓ ଉଭୟଙ୍କୁ ଗିରଫ କରିଛନ୍ତି। ଗତକାଲି ହିଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ବାଲେନ ଶାହ। ନୂଆ ସରକାର ଗଠନ ହୋଇଥିଲା ଏବଂ କ୍ଷମତାକୁ ଆସୁ ଆସୁ ଆକ୍ସନ ନେଇଛନ୍ତି ବାଲେନ। ଗତ ବର୍ଷ ନେପାଳରେ ହୋଇଥିବା ଜେନ୍ ଜି ଆନ୍ଦୋଳନରେ କେଲି ଓଲି ସରକାରର ପତନ ହୋଇଥିଲା। ତା ପରେ ହୋଇଥିବା ନିର୍ବାଚନରେ ଯୁବ ଆଇକନ ତଥା କାଠମାଣ୍ଡୁର ମେୟର ବାଲେନ ଶାହଙ୍କ ପାର୍ଟି ବହୁମତ ହାସଲ କରିଥିଲା ଓ ସରକାର ଗଠନ କରିଥିଲା।

Latest Posts

Don't Miss